ବ୍ରିସବେନ,୧୪।୧୨: ବ୍ରିସବେନ ହିଟ୍ ଅଧିନାୟକ କ୍ରିସ ଲିନ ଓ କ୍ଲବର ବିଦେଶୀ ଖେଳାଳି ଡାନ ଲରେନ୍ସ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଦୁହେଁ କାନବେରାଠାରେ ଶନିବାର କୋଭିଡ୍-୧୯ ପ୍ରୋଟୋକଲ ଭଙ୍ଗ କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ତଦନ୍ତ କରୁଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)।
କୋଭିଡ୍-୧୯ ପ୍ରୋଟ୍ରୋକଲ ଭଙ୍ଗ କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ନେଗେଟିଭ ଆସିଛି ଉଭୟଙ୍କ କରୋନା ଟେଷ୍ଟ ରିପୋର୍ଟ। ଏଣୁ ଦୁଇ ଖେଳାଳିଙ୍କୁ ପରବର୍ତ୍ତୀ ମ୍ୟାଚ୍ରେ ଖେଳିବାକୁ ମିଳିଛି ଗ୍ରୀନ ସିଗ୍ନାଲ। ହେଲେ ଲିନ ଓ ଲରେନ୍ସ ଦୁଇ ଦଳର ଖେଳାଳିଙ୍କଠାରୁ ଦୂରରେ ରହି ଟ୍ରେନିଂ କରିବେ । ମ୍ୟାଚ୍ ବେଳେ ଅନ୍ୟ ଖେଳାଳିଙ୍କ ନିକଟତର ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିବିଏଲର ସମସ୍ତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କଡ଼ା ବାଇଓସିକ୍ୟୁର ହବରୁ ସେମାନେ ବାହାରକୁ ଯାଇଥିଲେ।