Categories: ଜାତୀୟ

ଚର୍ଚ୍ଚରେ ଭାଙ୍ଗିଦେଲେ ଯୀଶୁଙ୍କ ପ୍ରତିମୂର୍ତ୍ତି

ଅମ୍ବାଲା(ହରିୟାଣା),୨୬।୧୨: ହରିୟାଣା ଅମ୍ବାଲାର ଏକ ଚର୍ଚ୍ଚରେ ଯୀଶୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିପାରି ନାହିଁ। ଦୁଇ ଜଣ ଯୁବକ ଶନିବାର ରାତି ପ୍ରାୟ ସାଢେ ୧୨ଟାରେ ଚର୍ଚ୍ଚ  କାନ୍ଥ ଡେଇଁ ଭିତରକୁ ପଶିଥିଲେ। ରାତି ପ୍ରାୟ ୧ଟା ୪୦ରେ ସେମାନେ ଯୀଶୁଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ। ସିସିଟିଭି ଫୁଟେଜରୁ ଏହାର ପ୍ରମାଣ ମିଳିଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚଳାଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସ୍ଥାନୀୟ ସଦର ଥାନା ଷ୍ଟେଶନ ଅଧିକାରୀ ନରେଶ କହିଛନ୍ତି।

Share