Categories: ଫୁରସତ

ପ୍ଲେବଏ ବଙ୍ଗଳାର ଗୁମର ଖୋଲିବେ ଖ୍ରୀଷ୍ଟାଲ

ଓ୍ବାଶିଂଟନ୍‌: ଆମେରିକୀୟ ମାଗାଜିନ୍‌ ପ୍ଲେବଏର ପ୍ରତିଷ୍ଠାତା ହଗ୍‌ ହେଫ୍‌ନରଙ୍କ ସ୍ତ୍ରୀ ଖ୍ରୀଷ୍ଟାଲ ହେଫ୍‌ନର ପ୍ଲେବଏ ବଙ୍ଗଳାର ଗୁମର ଖୋଲିବା ନେଇ ଦାବି କରିଛନ୍ତି। ଏ ନେଇ ସେ ଏକ ପୁସ୍ତକ ଲେଖିଥିବାବେଳେ ଆଗାମୀ ଦିନରେ ତାହାର ଉନ୍ମୋଚନ କରିବେ। ଯେଉଁଥିରେ ଆଇକନିକ୍‌ ପ୍ଲେବଏ ମାନଶନ୍‌ର ବିଷାକ୍ତ ସତ ବିଷୟରେ ଉଲ୍ଲେଖ କରାଯାଇଥିବା କହିଛନ୍ତି। ସ୍ବାମୀଙ୍କ ସମ୍ମାନହାନି ହେବାକୁ ନେଇ ସେ ପୂର୍ବରୁ ଚୁପ୍‌ ଥିବା କହିଛନ୍ତି। ତେବେ ଖ୍ରୀଷ୍ଟାଲ ଲେଖିଥିବା ବହିର ନଁା ରହିଛି ‘ଓନ୍‌ଲି ସେ ଗୁଡ୍‌ ଥିଙ୍ଗ୍‌ସ’, ଯାହା ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବ। ୨୦୧୭ରେ ୯୧ ବର୍ଷ ବୟସରେ ହଗ୍‌ଙ୍କର ମୃତ୍ୟୁ ଘଟିଥିଲା। ଖ୍ରୀଷ୍ଟାଲ ହଗ୍‌ଙ୍କର ତୃତୀୟ ସ୍ତ୍ରୀ। ୨୦୧୨ ଡିସେମ୍ବରରେ ଦୁହେଁ ବିବାହ କରିଥିଲେ। ୨୦୦୦ ମସିହାରେ ୨୧ ବର୍ଷୀୟା ଖ୍ରୀଷ୍ଟାଲ ପ୍ରଥମଥର ଲାଗି ହଗ୍‌ଙ୍କୁ ଭେଟିଥିଲେ। ପୂର୍ବରୁ ଜଗ୍‌ଙ୍କ ପୁର୍ବତନ ପ୍ରେମିକା ହୋଲି ମାଡିଶନ୍‌ ପ୍ଲେବଏ ବଙ୍ଗଳାର ସମ୍ପର୍କରେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ, ଦୁର୍ବଳ ମହିଳାଙ୍କ ଦ୍ୱାରା ହଗ୍‌ ପ୍ଲେବଏ ବଙ୍ଗଳା ନିର୍ମାଣ କରିଛନ୍ତି।

Share