Categories: ଖେଳ

ଆରସିବି ଆଗରେ ୧୪୨ ରନ୍‌ର ବିଜୟ ଲକ୍ଷ୍ୟ

ଆବୁଧାବି,୬।୧୦: ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୪୧ ରନ୍‌ରେ ରୋକି ଦେଇଛି। ହାଇଦ୍ରାବାଦ୍‌ ଏକଦା ୧୧.୨ ଓଭରରେ ୧ ଉଇକେଟ ହରାଇ ୮୪ ରନ୍‌ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବାରୁ ଦଳ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୪୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପାଇଁ ଜାସନ ରୟ ୪୪ ଓ ଅଧିନାୟକ କେନ ଓ୍ବିଲିୟମସନ ୩୧ ରନ୍‌ କରିଥିଲେ।

ଆରସିବି ପାଇଁ ପୁଣି ଥରେ ଚମକି ଥିଲେ ହର୍ଶଲ ପଟେଲ। ତାଙ୍କୁ ସର୍ବାଧିକ ୩ ଉଇକେଟ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ଡାନିଏଲ ଖ୍ରିଷ୍ଟିଆନ ୨ ଓ ୟୁଜବେନ୍ଦ୍ର ଚହଲ ୧ ଉଇକେଟ ନେଇଥିଲେ।

Share