ଶିଖ୍‌ ପରେ ଜଣେ ଖ୍ରୀଷ୍ଟିଆନଙ୍କୁ ହତ୍ୟା

ଇସଲାମାବାଦ,୧ା୪: ଶନିବାର ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ କହିଛି ଯେ, ଏହି ଘଟଣା ମୃତକଙ୍କ ଘରେ ଘଟିଛି। ମୃତକଙ୍କ ନାମ କାଶିଫ ମସିହ ବୋଲି ଜଣାପଡ଼ିଛି। ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି।

ପୋଲିସ କହିଛି, କାଶିଫଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି ମାରି ହତ୍ୟା କରିଛନ୍ତି। ଯେତେବେଳେ ସେ ନିଜ ଘରେ ଥିଲେ ସେତେବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳିରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପାରସ୍ପରିକ ଶତ୍ରୁତା ହେତୁ ଏହା ଘଟିଛି ନା ଏହା ପଛର କାରଣ ଅନ୍ୟ କିଛି ତାହା ପୋଲିସ ଅନୁସନ୍ଧାନ କରୁଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

Share