Categories: ବାଣିଜ୍ୟ

ଦିଭିସା ହର୍ବାଲ୍ସ ପକ୍ଷରୁ ଖ୍ରୀଷ୍ଟମାସ୍‌ ପାଳିତ

ଭୁବନେଶ୍ୱର,୨୮।୧୨: ହର୍ବାଲ ହେଲ୍‌ଥକେୟାର ୟୁନିଟ୍‌ (କମ୍ପାନୀ) ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଖ୍ରୀଷ୍ଟମାସ୍‌ ସମାରୋହ ନିକଟରେ ପାଳିତ ହୋଇଯାଇଛି। କମ୍ପାନୀର ମୁଖ୍ୟାଳୟ ଚଣ୍ଡିଗଡ଼ଠାରେ ଉକ୍ତ ଉତ୍ସବ ଧୁମଧାମରେ ଉଭୟ କର୍ମଚାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ମିଳିତ ଭାବେ ପାଳନ କରିଥିଲେ। ନୃତ୍ୟ ଓ ସଙ୍ଗୀତ ଆସର ସହ ବିଭିନ୍ନ ପ୍ରକାର କ୍ରୀଡ଼ାର ଆୟୋଜନ ମଧ୍ୟ ହୋଇଥିଲା। ପରିଶେଷରେ କର୍ମଚାରମାନେ ପରସ୍ପରକୁ ଉପହାର ଦେଇ ଶୁଭକାମନା ଜଣାଇଥିଲେ। ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଏମ୍‌ଡି ତଥା ଉଦ୍ୟୋଗୀ ଏବଂ ନିବେଶକ ଡ. ସଞ୍ଜୀବ ଜୁନେଜା କହିଥିଲେ, ଖ୍ରୀଷ୍ଟମାସ୍‌ ଲୋକଙ୍କୁ ପ୍ରେମ ଓ ଭାଇଚାର ସହ ରହିବାର ସନ୍ଦେଶ ଦେଇଥାଏ। ପବିତ୍ର ଖ୍ରୀଷ୍ଟମାସ୍‌ ଉପଲକ୍ଷେ ସେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ। କମ୍ପାନୀର ଏଚ୍‌ଆର୍‌ ପ୍ରବନ୍ଧକ କହିଥିଲେ, ଏହି ଖ୍ରୀଷ୍ଟମାସ୍‌ ଟ୍ରି ଜୀବନ ଏବଂ ଆଶାର ଏକ ପ୍ରତୀକ ହୋଇଥିବାବେଳେ ଆମେ ସମସ୍ତେ ସେହି ଆଶା ନେଇ ଭଲ କାମ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପ୍ରମୁଖ ବ୍ରାଣ୍ଡ ଯଥା ଡକ୍ଟର ଅର୍ଥୋ,ରୂପ ମନ୍ତ୍ରା, ସଚ୍ଚି ସହେଲୀ, ପେଟ ସଫା ଓ ଆଇ ମନ୍ତ୍ରା ଭଳି ଅନେକ ବ୍ରାଣ୍ଡ୍‌ ବଜାରରେ ବେଶ୍‌ ଲୋକପ୍ରିୟ ଓ ଗୁଣାତ୍ମକ ଉତ୍ପାଦ ଭାବେ ଦୀର୍ଘ ବର୍ଷ ହେବ ସର୍ବଭାରତୀୟ ସ୍ତରରେ ଉପଲବ୍ଧ।

Share