Categories: ଫୁରସତ

ଜାଣନ୍ତୁ କାହିଁକି ଖ୍ରୀଷ୍ଟମାସରେ ପିନ୍ଧାଯାଏ ଲାଲ୍‌ ରଙ୍ଗର ପେଷାକ

ଆଜି ଖ୍ରୀଷ୍ଟମାସ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଆପଣ ଦେଖିଥିବେ ଏହି ଦିନରେ ଅନେକ ଲୋକ ନାଲି ଡ୍ରେସ କିମ୍ବା ସାଣ୍ଟା କ୍ୟାପ୍‌ ପିନ୍ଧିଥାନ୍ତି । ମାତ୍ର ଆପଣଙ୍କ ମନକୁ ଆସୁଥିବ ଲାଲ୍‌ ରଙ୍ଗର ପେଷାକ କ’ଣ ପାଇଁ। ଏ ନେଇ କେତେଜଣ କହିଛନ୍ତି ସାଣ୍ଟା ଲାଲ୍‌ ରଙ୍ଗର ପୋଷାକ ପିନ୍ଧୁଥିବାରୁ ସେମାନେ ସେପରି କରନ୍ତି।
ଅନ୍ୟପକ୍ଷେ ଏହି ରଙ୍ଗକୁ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି ବିଶାସ ରହିଛି। ଏହା ଯୀଶୁଙ୍କ ଅନ୍ୟମାନଙ୍କ ପ୍ରତି ଥବା ସ୍ନେହକୁ ଦର୍ଶାଇଥାଏ। ଏହି ରଙ୍ଗ ଜରିଆରେ ଯୀଶୁ ସମସ୍ତଙ୍କୁ ମାନବତା ଦେଖାଇବାକୁ ଚାହୁଁଥିଲେ ବୋଲି କୁହାଯାଏ।
ଅନ୍ୟ ଏକ କାରଣ ମଧ୍ୟ ରହିଛି। ବେରୀଜ ଏକ ପ୍ରକାର ଗଛ,ଏଥିରେ ଲାଲ ରଙ୍ଗର ଫୁଲ ଫଟେ। ଏହି ଫୁଲ ପ୍ରତ୍ୟେକ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପ୍ରିୟ। ତେଣୁ ଏହି ପବିତ୍ର ଦିନରେ ସମସ୍ତେ ଲାଲ ରଙ୍ଗର ପୋଷାକ ଓ ଟୋପି ପିନ୍ଧିଥାନ୍ତି।

Share