କେଶକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇବାକୁ ସବୁ ନାରୀ ଭଲ ପାଆନ୍ତି। କାରଣ ଚେହେରାକୁ ସୁନ୍ଦର ଓ ଆକର୍ଷକ କରିବାରେ କେଶସଜ୍ଜା ବା ହେୟାର ଷ୍ଟାଇଲ୍ର ଥାଏ ପ୍ରମୁଖ ଭୂମିକା। କେବେ ଏହା ଟ୍ରାଡିଶନାଲ ଲୁକ୍ ଦିଏ ତ କେବେ ମଡର୍ନ ଲୁକ୍ ପୁଣି କେବେ ସମ୍ଭ୍ରାନ୍ତ ଲୁକ୍ ବି ଦିଏ। ଖାସ୍ ହେୟାରଷ୍ଟାଇଲିଷ୍ଟ ବି ଅଛନ୍ତି ଚେହେରାକୁ ମାନିବା ପରି ଭିନ୍ନ ଭିନ୍ନ ପ୍ରକାରର ହେୟାରଷ୍ଟାଇଲ କରିବା ଲାଗି। ସେମିତି ଜଣେ ହେୟାରଷ୍ଟାଇଲିଷ୍ଟ ଭିନ୍ନ ଏକ ପ୍ରକାରର ହେୟାରଷ୍ଟାଇଲ୍ କରି ଚର୍ଚ୍ଚାର ପରିସରଭୁକ୍ତ ହେବାସହ ଓ୍ବାଲର୍ଡ ରେକର୍ଡ ବି କରିଛନ୍ତି। ସେ ହେଉଛନ୍ତି ଦାନି ହିସ୍ଓ୍ବାନୀ। ସେ ଜଣେ ମହିଳାଙ୍କ କେଶରେ କ୍ରିସ୍ମାସ୍ ଟ୍ରିର ହେୟାର୍ଷ୍ଟାଇଲ୍ କରିଥିଲେ। ଆଉ ସେହି ହେୟାର୍ଷ୍ଟାଇଲ୍ର ଉଚ୍ଚତା ଏତେ ବେଶି ଥିଲା ଯେ, ତାହା ଗିନିଜ ଓ୍ବାଲର୍ଡ ରେକର୍ଡସ୍୍ରେ ସ୍ଥାନ ପାଇଲା। ୯ ଫୁଟ୍ ୬.୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଅଜବ ହେୟାରଷ୍ଟାଇଲ୍କୁ ସେ ଦୁବାଇରେ କରିଥିଲେ। ଏହି ହେୟାରଷ୍ଟାଇଲ କରିବା ଲାଗି ସେ ମହିଳାଙ୍କ କେଶ ସହିତ ଓ୍ବିଗ୍ ଓ ହେୟାର୍ ଏକ୍ସଟେନସନ୍କୁ ବ୍ୟବହାର କରିଥିଲେ। ଏସବୁକୁ ମିଶାଇ ଏକ ସୁଉଚ୍ଚ କ୍ରିସ୍ମାସ୍ ଟ୍ରିର ହେୟାର୍ଷ୍ଟାଇଲ୍ କରି ତାକୁ ସୁନ୍ଦରଭାବେ ସଜାଇଥିଲେ ମଧ୍ୟ। ଫଳରେ ତାହା ମୁଣ୍ଡ ଉପରେ ଏକ କ୍ରିସ୍ମାସ୍ ଟ୍ରି ଥିବା ପରି ଲାଗୁଥିଲା।