ବୋଝେଇହେଲା କ୍ରୋମାଇଟ୍‌, ବାହାରିଲା ମାଟି

ପାରାଦୀପ,୧୨।୨(ଶରତ ରାଉତ):ଖଣିଜ ସମ୍ପଦ ଚୋରା କାରବାର ଦିନକୁ ଦିନ ବଢ଼ିଚାଲିଛି। ଏହାର ଏକ ବଡ଼ ଉଦାହରଣ ମଙ୍ଗଳବାର ପାରାଦୀପରେ ଦେଖିବାକୁ ମିଳିଛି। ସୁକିନ୍ଦା କାଳିଆପାଣି ଖଣିରୁ କ୍ରୋମାଇଟ ବୋଝେଇ କରି ଆସିଥିବା ୪ଟି ଟ୍ରକରୁ ପଣ୍ୟ ଗାଏବ ହୋଇଯାଇଛି। ସେଥିରେ ମାଟି ରହିଛି। ଏହାକୁ ପୋଲିସ ଧରିବା ପରେ ଟ୍ରକଚାଳକମାନେ ଗାଡ଼ି ଛାଡି ଫେରାର ହୋଇଯାଇଛନ୍ତି। ସାରେ ପୋଲିସ ଗାଡ଼ିଗୁଡିକୁ ଅଠରବାଙ୍କୀ ଟର୍ମିନାଲ ଛକରୁ ଆଣି ପାରାଦୀପ ଆଦର୍ଶଥାନା ଆଗରେ ରଖି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନ ଥିଲା। ପାରାଦୀପ ଆଦର୍ଶ ଥାନାଧିକାରୀ କାବୁଲି ବାରିକଙ୍କ ସୂଚନା ଅନୁଯାୟୀ, ଏକ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ପକ୍ଷରୁ ଉକ୍ତଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ୪ଟି ୬ ଚକିଆ ଟ୍ରକରେ ମାଟି ବୋଝେଇ ହୋଇଛି। ଏହି ମାଟି ଉପରେ କ୍ରୋମାଇଟ ଛିଞ୍ଚାଯାଇଛି। ଏହା ଜାଣିବା ପରେ ଯୋଡ଼ା ମାଇନ୍ସ ଡିପାର୍ଟମେଣ୍ଟକୁ ଖବର ଦେଇଛୁ। ସେମାନେ ଆସି ଯାଞ୍ଚ କରି ରିପୋର୍ଟ ଦେବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାରିକ କହିଛନ୍ତି।
ଉକ୍ତ କ୍ରୋମାଇଟ ଚାଲାଣ ପଛରେ ଏକ କମ୍ପାନୀ ଓ ଢେଙ୍କାନାଳ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ଲୋକ ଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ କମ୍ପାନୀ ଜରିଆରେ ଏହା ସୁକିନ୍ଦା କାଳିଆପାଣି ଖଣିରୁ ଉତ୍ତୋଳନ ହୋଇ ଟ୍ରକ ଯୋଗେ ପାରାଦୀପ ବନ୍ଦର ଆସୁଥିଲା। ବନ୍ଦର ମଧ୍ୟରେ ଥିବା ଘରୋଇ କମ୍ପାନୀ ଏହି କ୍ରୋମାଇଟକୁ ବିଦେଶକୁ ରପ୍ତାନି କରିଥାନ୍ତା। କାଳିଆପାଣି ଖଣିରୁ ଟ୍ରକ୍‌ଗୁଡ଼ିକ ବାହାରିବା ପରେ ଚଣ୍ଡିଖୋଲ ଦେଇ ପାରାଦୀପ ଆସିଥାନ୍ତା। କିନ୍ତୁ ଚଣ୍ଡିଖୋଲଠାରୁ ଜାରକା ଆଡେ ଯାଇଥିଲା। ଏକ ହୋଟେଲ ପାଖରେ ୧୦ରୁ ଅଧିକ କ୍ରୋମାଇଟ ଟ୍ରକ୍‌ ଅଟକି ଥିଲା। ସେଠାରୁ ଯାଇ ଓଜନକଣ୍ଟା ପାଖରେ କ୍ରୋମାଇଟ ଖଲାସ କରାଯାଇଥିଲା। ପ୍ରାୟ ସବୁ ଟ୍ରକ୍‌ରେ ୧୧ ଟନ୍‌ ଲେଖାଏ କ୍ରୋମାଇଟ ରହିଥିଲା। ଖଲାସ ପରେ ଟ୍ରକ୍‌ରେ ପ୍ରାୟ ୯ରୁ ୧୦ ଟନ ମାଟି ବୋଝେଇ କରାଯାଇଥିଲା। ଉପରିଭାଗରେ ୧ରୁ ୨ ଟନ କ୍ରୋମାଇଟ ବୋଝେଇ କରାଯାଇଥିଲା। ପାରାଦୀପ ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ଅଠରବାଙ୍କୀ ଟର୍ମିନାଲ ଛକରେ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri