ଶୂନ ରେଜଲ୍ଟ ପାଇଁ ନୋଟିସ୍‌

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇ ସାରିଛି। ଏଥିରେ ପାସ୍‌ ହାର କମିଥିବା ବେଳେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶୂନ ରେଜଲ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଏଥିପାଇଁ ଗୁରୁବାର ସ୍କୁଲଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଏବର୍ଷ ଶିକ୍ଷାନୁଷ୍ଠାନରୁ କାହିଁକି ବିଜ୍ଞାନ ଆଡ୍‌ମିଶନ ଅନୁମତି ରଦ୍ଦ ନ ହେବ ସେନେଇ ୭ ଦିନ ମଧ୍ୟରେ ଜବାବ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ପରୀକ୍ଷାଫଳ ପ୍ରକାଶ କରାଯାଉଥିବା ସମୟରେ ସ୍କୁଲଗୁଡ଼ିକୁ ସୋ-କଜ୍‌ ମଗାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ।

Share