ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ପାଇଲଟ୍‌ଙ୍କର ପରଲୋକ

ଓ୍ବାଶିଂଟନ୍‌, ୮।୧୨: ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ବିଶ୍ୱର ପ୍ରଥମ ପାଇଲଟ୍‌ ଚକ ୟେଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ଆମେରିକାର ବାସିନ୍ଦା ଥିଲେ। ତାଙ୍କର ଜଣେ ବନ୍ଧୁ ଭିକ୍ଟୋରିୟା ୟେଗର ଟୁଇଟ୍‌କରି ଏହି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ, ମୋତେ ଆପଣଙ୍କୁ ଜଣାଇବାକୁ ପଡ଼ୁଛି ଯେ, ମୋର ସବୁଠାରୁ ଭଲ ବନ୍ଧୁ ଜେନରାଲ ଚକ ୟେଗରଙ୍କର ପରଲୋକ ଘଟିଛି। ଜେନରାଲ ଏକ ଅବିଶ୍ୱସନୀୟ ଜୀବନକୁ ବହୁତ ଭଲ ଭାବରେ ଜିଇଁଛନ୍ତି। ଆମେରିକାର ସର୍ବଶ୍ରେଷ୍ଠ ପାଇଲଟଙ୍କ ସାହସ ଏବଂ ଦେଶପ୍ରେମ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ ଲେଖିଛନ୍ତି।

Share