ବଲିଉଡ୍ର ଜଣାଶୁଣା ଅଭନେତା ଚଙ୍କି ପାଣ୍ଡେ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ମାତ୍ର ସେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର। ବାଂଲାଦେଶୀ ଫିଲ୍ମର ଜଣେ ମହାନା ହିରୋ ଭାବେ ତାଙ୍କୁ ଗଣନା କରାଯାଏ।
୨୬ ସେପ୍ଟେମ୍ବର ୧୯୬୨ରେ ମୁମ୍ବାଇରେ ଚଙ୍କି ଜନ୍ମଗ୍ରହଣ କରିଥିଲେ। ‘ଆଗ୍ ହି ଆଗ୍’ରୁ ସେ ବଲିଉଡ୍ରୁ ଡେବ୍ୟୁ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ସୁୟଶ ପାଣ୍ଡେ। ତେବେ ଗୋବିନ୍ଦାଙ୍କ ପାଇଁ ତାଙ୍କୁ ପ୍ରଥମ ଫିଲ୍ମ ମିଳିଥିଲା ବୋଲି କୁହାଯାଏ।
ପାପ୍ କି ଦୁନିୟା, ଖତରୋ କେ ଖିଲାଡି, ଜହରିଲେ ଏବଂ ଆଖେଁ ପରି ସୁପରହିଟ୍ ଫିଲ୍ମରେ ସେ କାମ କଲେ। ୧୯୮୮ରେ ଫିଲ୍ମ ‘ତେଜାବ’ ରେ ସେ ଅନିଲ କପୁରଙ୍କ ବନ୍ଧୁ ଚରିତ୍ରରେ ଅଭିନୟ କରି ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଥିଲେ। ୯୦ ଦଶକରେ ତାଙ୍କୁ ଅଧିକାଂଶ ଫିଲ୍ମରେ ସହାୟକ କଳାକାର ଚରିତ୍ରରେ କାମ କରିବାର ସୁଯୋଗ ମିଳୁଥିଲା। ଏହି ସମୟରେ ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍ ହେବାରୁ ତାଙ୍କୁ କାମ ମିଳିବା କମିଗଲା। ଫଳରେ ସେ ବାଂଲାଦେଶୀ ଫିଲ୍ମରେ କାମ କରିବାକୁ ଲାଗିଲେ। ଚଙ୍କିଙ୍କ ଏହି ନିଷ୍ପତ୍ତି ଠିକ୍ ପ୍ରମାଣିତ ହେଲା। ୧୯୯୫ରେ ଚଙ୍କି ପ୍ରଥମ ଥର ପାଇଁ ବାଂଲାଦେଶୀ ଫିଲ୍ମରେ କାମ କଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମରେ ସେ କାମ କରିବାକୁ ଲାଗିଲେ। ବଲିଉଡ୍ରେ ଶାହାରୁଖ୍ ଖାନ୍ ଏବଂ ଅମିତାଭ ବଚ୍ଚନଙ୍କ ପରି ସେ ବାଂଲାଦେଶୀ ଫିଲ୍ମରେ ଖ୍ୟାତି ଅର୍ଜନ କଲେ।