ପ୍ୟାରିସ୍,୨୯ା୧୦: ଗୁରୁବାର ଫ୍ରାନ୍ସର ନାଇସ ସହରର ଏକ ଚର୍ଚ୍ଚରେ ଆକ୍ରମଣ ହୋଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆକ୍ରମଣକାରୀ ଜଣେ ମହିଳାଙ୍କ ଛୁରି ସାହାଯ୍ୟରେ ଗଳାକାଟି ଦେଇଛନ୍ତି। କୁହାଯାଉଛି ଏହା ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇପାରେ। ସହରର ନୋଟ୍ରେ ଡେମ୍ ଚର୍ଚ୍ଚରେ ଏହି ଆକ୍ରମଣ ହୋଇଛି।
ଆକ୍ରମଣ ସମୟରେ ଚର୍ଚ୍ଚରେ ବହୁ ସଂଖ୍ୟକ ଲୋକ ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ। ନାଇସ୍ ଡେମ୍ ଚର୍ଚ୍ଚ ହେଉଛି ସହରର ସବୁଠୁ ବଡ଼ ଚର୍ଚ୍ଚ। ନାଇସର ମେୟର କହିଛନ୍ତି, ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି, ମୃତକମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଚର୍ଚ୍ଚର ଓ୍ବାର୍ଡେନ।