Categories: ଜାତୀୟ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଅମରାବତୀ,୯।୯: ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଟିଡିପି ଏ ବିଷୟରେ ସୂଚନା ଦେଇଛି। ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଶନିବାର ସକାଳେ ନାଇଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୦୨୧ରେ ନାଇଡୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ, ସହରର ଆର.କେ ଫଙ୍କସନ ହଲରେ ଅବସ୍ଥିତ ତାଙ୍କ କ୍ୟାମ୍ପରେ ବିଶ୍ରାମ ନେଉଥିବା ବେଳେ ନାଇଡୁଙ୍କୁ ଶନିବାର ଭୋର ପ୍ରାୟ ୩ଟାରେ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ନାନ୍ଦୟାଲ ରେଞ୍ଜର ଡିଆଇଜି ରଘୁରାମି ରେଡ୍ଡୀ ଏବଂ ସିଆଇଡିଙ୍କ ନେତୃତ୍ୱରେ ଏକ ବଡ ପୋଲିସ ଫୋର୍ସ ପହଞ୍ଚିଥିଲା।

Share