ବିକଶିତ ଭାରତକୁ ବିଜ୍ଞାନର ଅବଦାନ

ଦିଗପହଣ୍ଡି,୨୮|୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ପ୍ରଧାନାଆଚାର୍ଯ୍ୟ ଷଷ୍ଠି ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ମିଳିତ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଶ୍ରୀକାନ୍ତ ସାମନ୍ତରାୟ, ସିଆରସିସି ଅନିଲ କୁମାର ଦାସ ଏବଂ ବିଜ୍ଞାନ ବିଭାଗ ଆଚାର୍ଯ୍ୟ ସଞ୍ଜୟ ପୁରୋହିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ନୋବେଲ ବିଜେତା ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଜୀବନୀ, ରମଣଙ୍କ ପ୍ରଭାବ ସହ ବିକଶିତ ଭାରତକୁ ବିଜ୍ଞାନର ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଷଷ୍ଠ ଶ୍ରେଣୀ ଛାତ୍ର ଦି ବ୍ୟାଂଶୁ ପଣ୍ଡା ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ସମ୍ପର୍କରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଆଚାର୍ଯ୍ୟ ଦିଲେଶ୍ବର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ବାବୁଲା ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟା ସୁଦେଷ୍ନା ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଜାତୀୟ ଶିକ୍ଷାନୀତି’ ସମ୍ପର୍କିତ ଆଲୋଚନା ଚକ୍ର

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଶିକ୍ଷା ବିଭାଗ ପକ୍ଷରୁ ” ଜାତୀୟ ଶିକ୍ଷାନୀତି ୨୦୨୦ ଏକ...

ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ଅଧିସୂଚନା ଜାରି କଲା UGC, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଅନଲାଇନରେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୦।୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପଦ୍ମ ପୁରସ୍କାର ୨୦୨୫ ପାଇଁ ଅନଲାଇନ ନାମାଙ୍କନ ଏବଂ ସୁପାରିଶ ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି...

ନିଜକୁ ନିଜେ ସୁରକ୍ଷା ଦେବାରେ ସିଦ୍ଧହସ୍ତ ହେବେ ଛାତ୍ରୀ: ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ )- କଲେଜ ପଢିବା ଛାତ୍ରୀମାନେ ନିଜ ସୁରକ୍ଷାକୁ କିଭଳି ସୁଦୃଢ଼ କରିବେ ସାମାଜିଜ ସୁରକ୍ଷା ପାଇଁ ସେମାନଙ୍କୁ ରାଜ୍ୟ ସରକାର...

ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ

ଜୟପୁର,୧୦।୪(ପବନ ପାଣିଗ୍ରାହୀ): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବୈପାରୀଗୁଡ଼ା...

IPL 2025 ମଝିରେ ୩୩,୫୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକଙ୍କୁ ଭେଟିଲେ ପାଣ୍ଡ୍ୟା-ରୋହିତ

ଦୁବାଇ,୧୦।୪: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ IPL 2025 ସିଜିନ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ଟି ମ୍ୟାଚ ମଧ୍ୟରୁ ୪ରେ ପରାସ୍ତ ହୋଇଛି ଏବଂ...

‘ସେ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ’: ବଳାତ୍କାର ପୀଡିତାଙ୍କୁ ଦୋଷ ଦେଲେ ହାଇକୋର୍ଟ, ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୪: ଆହ୍ଲାବାଦ ହାଇକୋର୍ଟ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି, କହିଛନ୍ତି ଯେ ପୀଡିତା “ନିଜେ ଅସୁବିଧାକୁ ଆମନ୍ତ୍ରଣ...

୧୧୪ କୁଣ୍ଡୀୟ ଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୦ା୪: କେନ୍ଦୁଝର କାଳୀ ପଡ଼ିଆରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ୧୧୪ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କାଳୀ...

ପାକିସ୍ତାନର କୁଳିନ ପରିବାର ସହ ରାଣାଙ୍କର ରହିଛି ସମ୍ପର୍କ, ଜାଣନ୍ତୁ କ’ଣ କରନ୍ତି ତାଙ୍କ ପତ୍ନୀ

ନୂଆଦିଲ୍ଲୀ,୧୦।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣା ଭାରତରେ ପହଞ୍ଚିଛନ୍ତି। ଗିରଫ ହେବାର ପ୍ରାୟ ୧୬ ବର୍ଷ ପରେ ତାଙ୍କୁ ଆମେରିକାରୁ ଭାରତକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image