Categories: ବାଣିଜ୍ୟ

ଡାଲମିଆ ଭାରତକୁ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାର୍ଡ

ଭୁବନେଶ୍ୱର,୧୨।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ପୁରସ୍କାର ମିଳିଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନଜନକ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍‌ସ-୨୦୨୨ ପ୍ରଦାନ କରାଯାଇଛି। ଏହି ସ୍ବୀକୃତି ଜନସମୁଦାୟଙ୍କ କଲ୍ୟାଣ ଏବଂ ସିମେଣ୍ଟ ଉପତ୍ାଦନ କ୍ଷେତ୍ରରେ ନିରନ୍ତର ଶ୍ରେଷ୍ଠ କାର୍ଯ୍ୟାଭ୍ୟାସ ନିମନ୍ତେ ମଜଭୁତ ଏବଂ ଆନ୍ତରିକ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରୁଛି। ସେହିଭଳି କମ୍ପାନୀଗୁଡ଼ିକର କାର୍ଯ୍ୟକାରିତା ଏବଂ ଗୋଷ୍ଠୀ ପ୍ରୟାସ ସମୂହରେ ନିରନ୍ତରତା ଏବଂ ସମାବେଶୀ ପ୍ରଚେଷ୍ଟା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା କମ୍ପାନୀଗୁଡ଼ିକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଆଇଟିସି ଲିମିଟେଡ୍‌ ପକ୍ଷରୁ ‘ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍‌ସ’ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଡାଲମିଆ ଗ୍ରୁପ୍‌ର ସିଏସ୍‌ଆର୍‌ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ର ବିବିଧ ସାମାଜିକ ଏବଂ ଜୀବିକା ଉପାର୍ଜନ ଯୋଜନାଗୁଡ଼ିକ ସହିତ ସୁସମ୍ପର୍କ ରହିଛି। ଏ ସମ୍ପର୍କରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ତଥା ଇଏସ୍‌ଜି ହେଡ୍‌ ଏବଂ ଚିଫ୍‌ ରିସ୍କ ଅଫିସର ଡ. ଅରବିନ୍ଦ ବୋଧନକର କହିଥିଲେ, ଚଳିତ ବର୍ଷ ପୁନର୍ବାର ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍‌ସ ଗ୍ରହଣ କରିବା ଆମ ପାଇଁ ଗୌରବର ବିଷୟ। ଏପରିକି ଏକ କର୍ପୋରେଟ ସଂସ୍ଥା ଭାବେ ଆମେ ବ୍ୟବସାୟ କରୁଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଅର୍ଥନୈତିକ,ସାମାଜିକ ଏବଂ ପାରିପାର୍ଶ୍ୱକ ଲକ୍ଷ୍ୟ ସମୂହକୁ ଦ୍ରୁତତର ଅଭିବୃଦ୍ଧି କରାଇବା ନିମନ୍ତେ ପ୍ରତିବଦ୍ଧ ରହିଛୁ।

Share