ଭୁବନେଶ୍ୱର,୩।୧୧(ସତ୍ୟଜିତ ରାଉତ): ଗତ କିଛିଦିନ ଧରି ଲାଗି ରହିଥିବା ଓଲିଉଡ କଳି ଥମି ନ ଥିବାବେଳେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି। ପ୍ରଯୋଜକ ଟୁଟୁ ନାୟକ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।
ଶୁକ୍ରବାର ‘ପ୍ରଥା’ ଫିଲ୍ମର ପ୍ରିମିୟର ଶୋ’ରେ ଖବର ସଂଗ୍ରହ ପାଇଁ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକା ଯାଇଥିଲେ। ଖବର ସଂଗ୍ରହ ସମୟରେ ଟୁଟୁ ତାଙ୍କୁ ଖରାପ ବ୍ୟବହାର କରିବା ସହ ମାଡ ମାରିଥିବା ନେଇ ସାମ୍ବାଦିକା ଜଣକ ପ୍ରଯୋଜକଙ୍କ ନାଁରେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।