Posted inଖେଳ

ସିମୋନ ବାଇଲ୍ସଙ୍କ ନିଷ୍ପତ୍ତିକୁ ପ୍ରାୟୋଜକଙ୍କ ପ୍ରଶଂସା

ଓ୍ବାଶିଂଟନ,୩୧ା୭(ଏପି)-ମାନସିକ ସ୍ବାସ୍ଥ୍ୟ କାରଣରୁ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଟିମ୍‌ ଇଭେଣ୍ଟରୁ ଓହରିଯିବା ଲାଗି ଆମେରିକାର ଷ୍ଟାର ଜିମ୍ନାଷ୍ଟ ସିମୋନ ବାଇଲ୍ସ ନେଇଥିବା ନିଷ୍ପତ୍ତିକୁ ଆଥ୍‌ଲେଟା ଓ ଭିସା ସମେତ ତାଙ୍କ ପ୍ରାୟୋଜକଗଣ ପ୍ରଶଂସା କରିଛନ୍ତି। ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗରେ ପ୍ରାୟୋଜକମାନଙ୍କ ପ୍ରଶଂସା ଏହା ହେଉଛି ସଦ୍ୟତମ ଉଦାହରଣ। ଚଳିତବର୍ଷ ପ୍ରଥମ ଭାଗରେ ଫ୍ରେଞ୍ଚ ଓପନରେ ଟେନିସ ଷ୍ଟାର ନାଓମି ଓସାକା ସମାନ କାରଣରୁ ଯେତେବେଳେ ପ୍ରତିଯୋଗିତାରୁ ଓହରିଗଲେ ସେତେବେଳେ ଜାପାନର ଏହି ଖେଳାଳିଙ୍କୁ ବ ିଭିନ୍ନ ଆଡ଼ୁ ବିପୁଳ ସମର୍ଥନ ମିଳିଥିଲା। ଚଳିତ ଅଲିମ୍ପିକ୍ସରେ ବାଇଲ୍ସ ଚାହିଁଲେ ଜିମ୍ନାଷ୍ଟିକ୍ସର ଅନ୍ୟ କେତେକ ଇଭେଣ୍ଟରେ ଭାଗ ନେଇପାରିବେ। ଆମେରିକୀୟ ଷ୍ଟାର ଜିମ୍ନାଷ୍ଟ ୨୦୧୬ ଅଲିମ୍ପିକ୍ସରେ ୪ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଥିଲେ। ଏହାଛଡ଼ା ୨୦୧୩ ପରଠାରୁ ବିଶ୍ୱ ଚାମ୍ପିୟନଶିପ୍‌ଗୁଡ଼ିକରେ ସେ ୫ ଅଲରାଉଣ୍ଡ ଟାଇଟଲ ହାସଲ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ୨୪ବର୍ଷୀୟା ବାଇଲ୍ସଙ୍କ ଉପରେ ପ୍ରାୟୋଜକଙ୍କ ଭିଡ଼ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆୟର୍ଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଳୀ,୬।୧: ଜାନୁଆରୀ ୧୦ରୁ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ। ଭାରତରେ କ୍ରିକେଟ ବୋର୍ଡ ଅଫ କ୍ରିକେଟ ଏହି ସିରିଜ ପାଇଁ...

ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌: ପ୍ରତିନିଧିତ୍ୱ କରି ଫେରିଲେ କନ୍ଧମାଳର ପ୍ରୀତମ ପ୍ରଧାନ

ରାଇକିଆ,୬ା୧(ପ୍ରଦୀପ ବେହେରା): ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରି ଫେରିଛନ୍ତି କନ୍ଧମାଳ ଜିଲା ରାଇକିଆର ପ୍ରୀତମ ପ୍ରଧାନ।...

ବିଶ୍ୱରେକର୍ଡ କଲେ ଅଷ୍ଟ୍ରେଲିଆ ଅଧିନାୟକ: ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ କଲେ ଏମିତି କାରନାମା

ସିଡନୀ,୬।୧: ପ୍ୟାଟ କମିନ୍ସଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ଏହି ବିଜୟ ସହିତ, ପ୍ୟାଟ କମିନ୍ସ ଇତିହାସ ସୃଷ୍ଟି କରିଛନ୍ତି ଏବଂ ତାଙ୍କ...

କ୍ରିକେଟ୍‌ରେ ଇତିହାସ ରଚିଲେ ପାକିସ୍ତାନ ଯୋଡ଼ି: ଭାଙ୍ଗିଲା ୨୨ ବର୍ଷର ରେକର୍ଡ

କେପଟାଉନ,୬।୧: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ବର୍ଡର-ଗାଭାସ୍କର ଟ୍ରଫି ଶେଷ ହେବାମାତ୍ରେ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ଙ୍କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୨: ସିଡନୀରେ ଖେଳାଯାଇଥିବା ୨୦୨୫ର ପ୍ରଥମ ଟେଷ୍ଟରେ ପରାଜୟ ସହିତ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ହରାଇଲା। ବର୍ତ୍ତମାନ ଏହି ସିରିଜରେ ପରାଜୟ ପରେ...

ତୁଟିଗଲା ସବୁ ଆଶା! WTC ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଲା ଭାରତ,ଏବେ ଏହି ଟିମ୍‌ ମଧ୍ୟରେ… 

ନୂଆଦିଲ୍ଲୀ,୫।୧: ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି ଟିମ୍‌ ଇଣ୍ଡିଆ। ଦଳକୁ ଏହି ଟୁର୍ନାମେଣ୍ଟରେ ରହିବା...

ହାରିବା ପରେ ପ୍ରେସ କନଫରେନ୍ସରେ ପହଞ୍ଚିଲେ ଗମ୍ଭୀର, ଜାଣନ୍ତୁ କାହାକୁ କଲେ ଦୋଷାରୋପ

ନୂଆଦିଲ୍ଲୀ,୫।୧: ୨୦୨୪-୨୫ରେ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆକୁ ୩-୧ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା ଯେଉଁଥିରେ...

ଜୋତାରେ କ’ଣ ‘ସ୍ୟାଣ୍ଡପେପର୍‌’ ଲୁଚାଇଥିଲେ ବୁମ୍‌ରା? ଭାଇରାଲ ହେଉଥିବା ଭିଡିଓ ପଛର ସତ କ’ଣ…

ସିଡନୀ,୪।୧: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଚାପ ବଢ଼ୁଥିବା ଦେଖି ଅଷ୍ଟ୍ରେଲୀୟ ପ୍ରଶଂସକ ଏବେ ଜସପ୍ରିତ ବୁମ୍‌ରାଙ୍କୁ ଟାର୍ଗେଟ କରାଯାଉଛି। ଏହି କ୍ରମରେ ବୁମ୍‌ରାଙ୍କ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri