କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ ତାଲିବାନ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଫିଲ୍ମରେ ମହିଳାଙ୍କର ଅଧିକାଂଶ ଦୃଶ୍ୟ କାଟି ଦିଆଯାଇଥିବା ବେଳେ ମହିଳାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟକୁ ହିଁ ଫିଲ୍ମରେ ଦର୍ଶାଯାଇଛି। ସିନେମା ହଲ ଖୋଲିବା ନେଇ ସ୍ଥାନୀୟ ଲୋକଙ୍କଠାରେ ଉତ୍ସାହ ଦେଖିବାକୁ ମିଳିଛି। ପାଖାପାଖି ୩୭ଟି ଫିଲ୍ମ ଓ ଡକ୍ୟୁମେଣ୍ଟାରି ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଫିଲ୍ମ ତିଆରି ପାଇଁ ଆଫଗାନ କଳାକାରମାନେ ନିଜ ଅର୍ଥ ଲଗାଇଥିବା କୁହାଯାଉଛି।