ଆଉ ଚାରିଦିନ ପରେ ପାକିସ୍ତାନରେ ଖୋଲିବ ସିନେମା ହଲ୍‌

ଇସ୍‌ଲାମାବାଦ,୭।୯: ସାରା ବିଶ୍ୱରେ ଏବେସୁଦ୍ଧା ୨କୋଟି ୭୨ ଲକ୍ଷ ୩୪ ହଜାର ୮୯୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଏମାନଙ୍କ ମଧ୍ୟରେ ୧ କୋଟି ୯୩ ଲକ୍ଷ ୧୩ ହଜାର ୨୬ ଜଣ ସୁସ୍ଥ ହୋଇ ସାରିଲେଣି। ଅନ୍ୟପଟେ ୮ ଲକ୍ଷ ୮୭ ହଜାର ୫୫୦ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସାରା ବିଶ୍ୱରେ କରୋନାକୁ ନେଇ ହାହାକାର ଲାଗି ରହିଥିବା ବେଳେ ଏବେବି ଏହାର ପ୍ରକୋପ ଜାରି ରହିଛି। କିଛି ଦେଶରେ ଲକ୍‌ଡାଉନ ନିୟମ ଲାଗୁ କରାଯାଇଥିବା ବେଳେ ଆଉ କିଛି ଦେଶରେ ବିଗିଡି ଚାଲିଥିବା ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନଲକ୍‌ ନିୟମ ଲାଗୁ କରାଯାଇଛି। ପାକିସ୍ତାନରେ କରୋନାକୁ ନେଇ ଲକ୍‌ଡାଉନ୍‌ କରାଯିବା ପରଠାରୁ ଏହାର ଅର୍ଥବ୍ୟବସ୍ଥା ଆହୁରି ବିଗିଡି ଯାଇଛି। ତେଣୁ କରୋନା ସଂକ୍ରମଣର ପାଖାପାଖି ୬ ମାସ ପରେ ଏବେ ସେଠାରେ ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୧ରେ ସେଠାରେ ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସ ଖୋଲିବ ବୋଲି ସୂଚନା ମିଳିଛି। ଦୁଇଟି ହଲିଉଡ୍‌ ଫିଲ୍ମ ସହ ସିନେମା ହଲ୍‌ ଖୋଲିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ପାକିସ୍ତାନରେ ୬,୩୮୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏବେସୁଦ୍ଧା ପାକିସ୍ତାନରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୯୮,୫୦୯ରେ ପହଞ୍ଚିଛି। ସେଠାରେ ଏବେ ଭାରତୀୟ ଫିଲ୍ମ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ରହିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିମାନରୁ ଜନବସତି ଅଞ୍ଚଳରେ ଖସିଲା ୮ ବୋମା

ସିଓଲ,୬।୩: ଆମେରିକା ସେନା ସହ ମିଳିତ ସମରାଭ୍ୟାସ ବେଳେ ଦକ୍ଷିଣ କୋରିଆର ୨ଟି ଯୁଦ୍ଧବିମାନ ଭୁଲ୍‌ବଶତଃ ୮ଟି ବୋମା ଜନବସତି ଅଞ୍ଚଳରେ ଖସାଇଥିଲେ। ଏଥିରେ ୧୫...

Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୬।୩: ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇକୋନୋମିକ୍ସ ଆଣ୍ଡ୍‌ ପିସ୍‌ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ...

ଆମେରିକାକୁ ପ୍ରବେଶ କରିପାରିବେନି ପାକିସ୍ତାନ, ଆଫଗାନିସ୍ତାନ ଲୋକେ, ଟ୍ରମ୍ପ ନେଇପାରନ୍ତି ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୬।୩: ପାକିସ୍ତାନ ଏବଂ ଆଫଗାନିସ୍ତାନର ଲୋକଙ୍କ ଆମେରିକା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପ୍ରକୃତରେ, ସୁରକ୍ଷା ଏବଂ ତଦନ୍ତ ବିପଦକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି...

ଜୟଶଙ୍କରଙ୍କ ମନ୍ତବ୍ୟ ଶୁଣି ରାଗରେ ନିଆଁବାଣ ପାକିସ୍ତାନ: କହିଦେଲା ଏମିତି କଥା

ଶ୍ରୀନଗର,୬।୩: କଶ୍ମୀର ଉପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ପାକିସ୍ତାନ ବିରକ୍ତ ପ୍ରକାଶ କରିଛି। ପାକିସ୍ତାନ ଏହି ବକ୍ତବ୍ୟକୁ ଭିତ୍ତିହୀନ ବୋଲି...

କିଏ ଅଧିକ ପାଠ ପଢିଛନ୍ତି ଟ୍ରମ୍ପ ନା ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୬।୩: ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ବିଷୟରେ ଆଲୋଚନାବେଳେ ଲୋକଙ୍କ ମନରେ ଆମେରିକା ଏବଂ ରୁଷିଆ ନାମ ନିଶ୍ଚିତ ଭାବରେ ଆସେ। ଏହି ଦୁଇଟି ଦେଶକୁ ବହୁତ...

ଭାରତ ଗଲେ ମୁଁ ମରିଯିବି: ଆମେରିକା ସୁପ୍ରିମକୋର୍ଟରେ ଗୁହାରି କଲେ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ

ୱାଶିଂଟନ,୬।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ପାକିସ୍ତାନୀ ବଂଶୋଦ୍ଭବ ଆତଙ୍କବାଦୀ ଏବଂ କାନାଡିୟ ନାଗରିକ ତହୱୁର ହୁସେନ ରାଣା ଭାରତକୁ ପ୍ରତ୍ୟର୍ପଣ ହେବାର ଭୟ କରୁଛନ୍ତି।...

ଚିକେନ୍‌ କି ମଟନ୍‌ ନୁହେଁ ଏହି ମାଂସ ଖାଇବାକୁ ପସନ୍ଦ କରନ୍ତି ଡୋନାଲ୍ଡ ଟ୍ରମ୍ପ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓ୍ବାଶିଂଟନ୍‌,୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳର ଶପଥ ନେବା ପୂର୍ବରୁ ହିଁ ତାଙ୍କର ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରମ୍ପ...

ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା…

ସିଓଲ,୬।୩: କିମ୍‌ ଜୋଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image