ଇମ୍ରାନ୍‌ ଖାନଙ୍କୁ ଝଟକା

ଇସଲାମାବାଦ,୧୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ସୋମବାର ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଏକ ସର୍ବୋଚ୍ଚ ନ୍ୟାୟାଳୟ ସିଫର ମାମଲାର ଶୁଣାଣି ଜେଲରେ କରିବା ବିରୋଧରେ ଇମ୍ରାନ୍‌ ଖାନଙ୍କ ଆବେଦନକୁ ସୋମବାର ଖାରଜ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲରେ ଶୁଣାଣି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ଅଛି ବୋଲି କୋର୍ଟ କହିଛନ୍ତି।

ଇମ୍ରାନ୍‌ ଖାନଙ୍କ ଉପରେ ଆମେରିକାରେ ପାକିସ୍ତାନୀ ଦୂତାବାସରୁ ପଠାଯାଇଥିବା ଗୁପ୍ତ ଦସ୍ତାବିଜକୁ ଖୁଲାସା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାୱଲପିଣ୍ଡିର ଆଦିଆଲା ଜେଲରେ ୭୧ ବର୍ଷିୟ ଇମ୍ରାନ୍‌ ଖାନଙ୍କ ବିରୋଧରେ ଏକ ସ୍ବତନ୍ତ୍ର ଅଦାଲତ ଶୁଣାଣି କରୁଛନ୍ତି। ସେପ୍ଟେମ୍ବର ୨୬ରେ ଇମ୍ରାନ୍‌ଙ୍କୁ ଅଟାକ ଜେଲରୁ ଆଦିଆଲା ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

Share