ପ୍ରଚାରରେ ସୀମିତ ପ୍ଲାଷ୍ଟିକ, ପଲିଥିନ ବର୍ଜନ

କେନ୍ଦ୍ରାପଡ଼ା, ୮ା୧୦(ଜଗନ୍ନାଥ ଧଳ)ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୬ ଗାନ୍ଧୀ ଜୟନ୍ତୀରେ ଆହ୍ବାନ ଦେଇଥିଲେ। ଏହାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସେହିପରି ବର୍ଜ୍ୟ ବସ୍ତୁ ପରିଚାଳନା ଆଇନକୁ ଗୁରୁତ୍ୱ ଦେବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିର୍ଦ୍ଦେଶ ଦେବାସହିତ ଏଥିରେ ବ୍ୟତିକ୍ରମ ହେବାରୁ କେନ୍ଦ୍ରାପଡ଼ା ପୌର ପ୍ରଶାସନକୁ ୨୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ଗତ ଦେଢ଼ ବର୍ଷ ପୂର୍ବେ ନୋଟିସ ହୋଇଛି। ଏହାସତ୍ତ୍ୱେ ଏହାର ପରିଚାଳନାରେ ପୌର ପ୍ରଶାସନ ପଛରେ ପଡିଛି। ଗୋବରୀ ନଦୀ ଓ କେନାଲ ଏବେ ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇ ଜଳପଥ ପୋତି ହେଉଛି। ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି।
ଏସମ୍ପର୍କରେ ଖଡିଅଙ୍ଗର ମନୋଜ କୁମାର ସିଂହ କୁହନ୍ତି, ୧୫୪ ବର୍ଷର ପୁରୁଣା ଏହି ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଢ଼ଙ୍ଗରେ ହୋଇପାରୁନାହିଁ। ପୂର୍ବରୁ ଗୋବରୀ ନଦୀ ଓ କେନାଲ ଜଳକୁ ସ୍ନାନ ଶୌଚ ଆଦିରେ ବ୍ୟବହାର କରାଯାଉଥିଲା। ଏବେ ଏହି ୨ ଜଳପଥ ଅଳିଆ ଆବର୍ଜନାରେ ଭରିଯାଇଛି। ଘରୋଇ ଅଶୌଚ କାର୍ଯ୍ୟରେ ନଦୀ ଜଳ ବ୍ୟବହାର କରାଯାଉଛି। ମାତ୍ର ଏହି ଜଳ ପ୍ରଦୂଷିତ ହୋଇଥିବାରୁ ସ୍ନାନ କଲେ ଦେହହାତ କୁଣ୍ଡାଇ ହେଉଛି। ବହୁଦିନ ଧରି ଏହି ଜଳ ଉତ୍ସରେ ଚିଙ୍ଗୁଡିଆ ଦଳ ଭରି ରହିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏହାକୁ ସଫା କରିବାକୁ ବ୍ୟଗ୍ର ନୁହନ୍ତି। ଫଳରେ ବର୍ଷାଦିନେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସାମାଜିକ କର୍ମୀ ସେକ୍‌ ସାବିର କୁହନ୍ତି, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରାପଡ଼ା ସହର ପାଇଁ ସମସ୍ୟା ସୃଷ୍ଟି କରିଛି। ଜଣେ ଲୋକ ଦିନକୁ ହାରାହାରି ୫୦୦ ଗ୍ରାମର ଜୈବିକ ଓ ଅଜୈବିକ (ପ୍ଲାଷ୍ଟିକ ଆଦି) ବର୍ଜ୍ୟବସ୍ତୁ ନିଷ୍କାସନ କରୁଥିବା ବେଳେ ମାସକୁ ସହରରେ ୭୫ ମେଟ୍ରିକ ଟନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ବହୁ ପାଇଖାନାର ପାଇପ ମୁହଁ ଗୋବରୀ ନଦୀ ଓ କେନାଲକୁ ରହିଛି। ୨୦୧୬ରେ ପ୍ଲାଷ୍ଟିକ ବର୍ଜନ ପାଇଁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପ୍ରଶାସନିକ ଅବହେଳା କାରଣରୁ କିଛିଦିନ ପରେ ଏନେଇ ଗୁରୁତ୍ୱ ରହିଲା ନାହିଁ। ଫଳରେ ବ୍ୟବସାୟ ଅନୁଷ୍ଠାନଠାରୁ ଆରମ୍ଭ କରି ଘରେ ପ୍ଲାଷ୍ଟିକ ଥଳିର ବ୍ୟବହାର ପୁନର୍ବାର ବଢ଼ିଯାଇଛି। ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। କିଛି ବୁଲା ଗାଈଗୋରୁ ଓ କୁକୁର ଖାଦ୍ୟ ସାମଗ୍ରୀ ସହିତ ପ୍ଲାଷ୍ଟିକକୁ ଗିଳି ଦେଉଛନ୍ତି। ଏହି ପ୍ଲାଷ୍ଟିକ ଜୀବଜନ୍ତୁଙ୍କ ପାକସ୍ଥଳୀକୁ ଯାଇ ବିପଦ ସୃଷ୍ଟି କରୁଛି। ସେହିପରି ପ୍ଲାଷ୍ଟିକ ମାଟିରେ ମିଶି ପାରୁ ନ ଥିବାରୁ ବର୍ଷା ଜଳ ଭୂଗର୍ଭକୁ ଯାଇପାରୁନାହିଁ। ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆଗାମୀ ଦିନରେ ଏହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବିଶ୍ୱାଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ପ୍ରତ୍ୟେକ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯାଇଛି। ଏଥିସହ ବ୍ୟବସାୟୀ ଓ ସହରବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ସଚେତନତା ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

ବ୍ଲକ ପରିସରରେ ଶିକ୍ଷାବିତ, ସମିତି ସଭ୍ୟ ହତାହାତି

ଡେରାବିଷ, ୨୨।୧୧ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଷ ବ୍ଲକ ପରିସରରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ଲକ ପରିସରରେ ସମିତି...

ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ୨୩ରେ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ…

ଭୁବନେଶ୍ୱର,୨୨।୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ୨୩ ତାରିଖ...

ରାସ୍ତା ମଝିରେ କାର୍‌ ଛାଡ଼ି ଡ୍ରାଇଭର ଫେରାର: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୨।୧୧: ଭୁବନେଶ୍ୱର ବରମୁଣ୍ଡା ଓଭରବ୍ରିଜ ଉପରେ ଶୁକ୍ରବାର କେହି ଜଣେ କାର୍‌ ଥୋଇ ପଳାଇଛନ୍ତି। ଫଳରେ ରାସ୍ତା ଉପରେ ଅଜଣା କାର୍‌କୁ ନେଇ ସନ୍ଦେହ ଘନିଭୂତ...

ଘନ କୁହୁଡି ନେଇ ୩ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୨।୧୧: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି। ତେବେ...

ହୁତୁହୁତୁ ହୋଇ ଜଳିଗଲା ୭ ବଖରା

ସୋର,୨୨।୧୧: ବାଲେଶ୍ୱର ଜିଲା ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ ବଖରା ଚାଳ ଘର ପୋଡି ନଷ୍ଟ ହୋଇଯାଇଛି।...

ଏକତରଫା ପ୍ରେମରୁ ତୁମୁଳକାଣ୍ଡ: ବିଚ୍‌ ରାସ୍ତାରେ ଯୁବକଙ୍କ ଗାଲକୁ ଶକ୍ତ ଚାପୁଡା ମାରିଲେ ଯୁବତୀ

ଭୁବନେଶ୍ବର,୨୨।୧୧: ମଞ୍ଚେଶ୍ବର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜଣେ ଯୁବତୀ ବାଇକ୍‌ରେ ବସିଥିବା ଜଣେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri