Categories: ଜାତୀୟ

ବେଶି ଦିନ ଚାଲିବନି ରାଜ୍ୟରେ ସର୍କସ: ସଞ୍ଜୟ ରାଉତ…

ମୁମ୍ବାଇ,୨।୭ : ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ସ୍ଥିତି ମଧ୍ୟରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ରାଉତ କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାର ତାଙ୍କ ଦଳର ବିଭାଜନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସେ ପୁଣି ଥରେ ନୂଆ ଭାବେ ଆରମ୍ଭ କରିପାରିବେ।

ରାଉତ ଏକ ଟୁଇଟରେ କହିଛନ୍ତି, ’ମୁଁ କେବଳ ଏନସିପିର ଶରଦ ପାୱାରଙ୍କ ସହ କଥା ହୋଇଛି। ସେ କହିଛନ୍ତି ସେ ସଂକଳ୍ପବଦ୍ଧ ଏବଂ ଲୋକଙ୍କ ସମର୍ଥନ ଆମ ପାଖରେ ଅଛି। ଆମେ ଉଦ୍ଧବ ଠାକରେଙ୍କ ସହିତ ଏକ ନୂତନ ଆରମ୍ଭ କରିପାରିବା । ରାଜନୈତିକ ଦଳଗୁଡ଼ିକରେ ବିଭାଜନ ମାଧ୍ୟମରେ ସରକାରୀ ଗଠନକୁ ସୂଚାଇ ସେ କହିଛନ୍ତି ମହାରାଷ୍ଟ୍ରର ଲୋକମାନେ ଏଭଳି ସର୍କସକୁ ଅଧିକ ସମୟ ସହ୍ୟ କରିବେ ନାହିଁ।

ଲାଗୁଛି ଯେ ମହାରାଷ୍ଟ୍ରର ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାକୁ କିଛି ଲୋକ ଇଚ୍ଛା କରୁଛନ୍ତି। ଅଜିତ ପାୱାର, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଭାରତୀୟ ଜନତା ପାର୍ଟିକୁ ସୂଚାଇ ରାଉତ କହିଛନ୍ତି ସେମାନେ ବାଛିଥିବା ରାସ୍ତାରେ ଆଗକୁ ବଢନ୍ତୁ। ଲୋକେ ଦେଖିବେ ଏହି ସର୍କସ ସରକାରର ପରିଣତି କ‘ଣ ହେବ।

Share