‘ସର୍କସ’ର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଆକ୍ଟର ରଣବୀର ସିଂ ସବୁବେଳେ କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ବେଶ କିଛି ଦିନ ହେବ ଅଭିନେତାଙ୍କ ଫିଲ୍ମ ‘ସର୍କସ’ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶଂସକ ଫିଲ୍ମର ଟ୍ରେଲରକୁ ଅପେକ୍ଷା ରଖିଥିଲେ । ଶୁକ୍ରବାର ଅଭିନେତା ଫିଲ୍ମ ‘ସର୍କସ’ର ଫାଷ୍ଟ ଲୁକ ଶେୟାର କରିଛନ୍ତି । ସୂଚନାଯୋଗ୍ୟ, ରଣବୀର ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ଚରିତ୍ରକୁ ଏକ ଭିଡିଓ ମାଧ୍ୟମରେ ଶୋକେସ କରିଛନ୍ତି ।
ଶୁକ୍ରବାର ରଣବୀର ତାଙ୍କ ଇନଷ୍ଟାଗ୍ରାମରେ ‘ସର୍କସ’ର ଷ୍ଟାରକାଷ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିରେ ସମସ୍ତ କଳାକାରଙ୍କ ଫିଲ୍ମ ଲୁକ୍ସ ଶେୟାର କରାଯାଇଛି । ଏହି ପୋଷ୍ଟ ସହ ରଣବୀର ଲେଖିଛନ୍ତି, ଆସନ୍ତା ସପ୍ତାହରେ ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଦେଖନ୍ତୁ ଆମ ସର୍କସ ପରିବାରକୁ । ଅଭିନେତାଙ୍କ ଏହି ଶେୟାରକୁ ନେଇ ଅନେକେ କଳାକାର ଫିଲ୍ମକୁ ସପୋର୍ଟ କରିଥିବା ଦେଖାଯାଇଛି । ଏହାସହ ଅଭିନେତ୍ରୀ ନିଲମ କୋଠାରି ଲେଖିଛନ୍ତି, ଅପେକ୍ଷା କରି ହେଉନି । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଜବରଦସ୍ତ । କେବଳ ଏତିକି ନୁହେଁ ରଣବୀରଙ୍କ ଅନେକ ପ୍ରଶଂସକ ଓ ଫଲୋୟର୍ସ ଏହି ପୋଷ୍ଟକୁ ଦେଖି ନିଜର ଖୁସି ଜାହିର କରିଛନ୍ତି ।
ଫିଲ୍ମର ଷ୍ଟାରକାଷ୍ଟ କଥା କହିଲେ ଏଥିରେ ରଣବୀର ସିଂଙ୍କ ସହ ପୂଜା ହେଗଡେ, ଜ୍ୟାକଲିନ ଫର୍ନାଡିଜ, ଜନି ଲିଭର, ବରୁଣ ଶର୍ମା, ମୁକେଶ ତିୱାରୀ, ସିଦ୍ଧାର୍ଥ ଯାଦବ ଓ ସଞ୍ଜୟ ମିଶ୍ରଙ୍କ ସମେତ ଆଉ କେତେଜଣ କଳାକାର ରହିଛନ୍ତି । ଫିଲ୍ମଟି ରୋହିତ ସେଟ୍ଟି ପ୍ରଡକସନ୍ସ ଓ ଭୁଷଣ କୁମାରଙ୍କ ଟି ସିରିଜ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଏବେ ଦର୍ଶକେ ଫିଲ୍ମର ଫାଷ୍ଟ ଲୁକ ଦେଖିବା ପରେ ଏହାର ଟ୍ରେଲରକୁ ଅପେକ୍ଷା ରଖିଛନ୍ତି ।

Share