Categories: ଜାତୀୟ

ଟଏଲେଟ୍‌ ଗଲେ ସିଆଇଏସଏଫ ଅଧିକାରୀ: ଏପଟେ ବଳାତ୍କାର ଅଭିଯୁକ୍ତ ଛୁ

ଚଣ୍ଡିଗଡ,୨୬।୧୨: ପଞ୍ଜାବରେ ହୋଇଥିବା ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ବହାରେନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ଅଧିକାରୀଙ୍କ ହେପାଜତରୁ ଫେରାର ହୋଇଯାଇଛନ୍ତି। ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କୁ ଭେଦ କରି ସେ ପଳାଇ ଯାଇଥିଲେ। ସିଆଇଏସଏଫ କର୍ମୀ ଟଏଲେଟ୍‌ ଯାଇଥିବାବେଳେ ଏହି ଘଟଣା ଘଟିଥିଲା। ଏବେ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୋଲିସ ଅଭିଯୋଗ କରିଛି ଯେ, ଅଭିଯୁକ୍ତମାନେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ହେପାଜତରୁ ଫେରାର ହୋଇଯାଇଛନ୍ତି। ସେପଟେ ସିଆଇଏସଏଫ ଦାବି କରିଛି ଯେ ଇମିଗ୍ରେସନ ବିଭାଗ ଅଭିଯୁକ୍ତମାନଙ୍କୁ ସେମାନଙ୍କୁ ହସ୍ତାନ୍ତର କରି ନାହିଁ। ପଞ୍ଜାବର ଫତେହଗଡ ସାହିର ବାସିନ୍ଦା ଅଭିଯୁକ୍ତ ଅମନଦୀପ ସିଂ ଡିସେମ୍ବର ୨୦ରେ ସକାଳ ୪.୫୫ ସମୟରେ ଏୟାର ଇଣ୍ଡିଆ ବିମାନରେ ଗଲ୍ଫ ଦେଶରୁ ଆଇଜିଆଇ ବିମାନ ବନ୍ଦରରେ ପହଞ୍ଚିଥିଲେ।
ତାଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର୍‌ ଜାରି କରାଯାଇଥିଲା। ପଞ୍ଜାବର ଲୁଧିଆନାରେ ପଞ୍ଜୀକୃତ ହୋଇଥିବା ବଳାତ୍କାର ମାମଲାରେ ଅଭିଯୁକ୍ତ ସିଂ ଏପ୍ରିଲ ୨୦୨୦ ଠାରୁ ଫେରାର ଥିଲେ।

 

Share