ପୁଣିଥରେ ଆକ୍ସନ ସିନ୍‌ରେ ନଜର ଆସିବେ ଦେଶୀଗର୍ଲ

ମୁମ୍ବାଇ: ଦେଶୀଗର୍ଲରୁ ନେଇ ଗ୍ଲୋବାଲ ଆଇକନ ପର୍ଯ୍ୟନ୍ତ ସଫର କରି ସାରିଥିବା ପ୍ରିୟଙ୍କା ଚୋପ୍ରାଙ୍କର ଆଉ ପରିଚୟର ଆବଶ୍ୟକତା ନାହିଁ। ବଲିଉଡ ସହ ହଲିଉଡରେ ବି ସେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ।
ସେ ଆକ୍ସନ ହେଉ କିମ୍ବା ରୋମାନ୍ସ ହେଉ ହେଉ ପୁଣଇ କୌଣସି କ୍ୟାରେକ୍ଟର ରୋଲ ପ୍ରିୟଙ୍କା ଚୋପ୍ରା ଏଥିରେ ଏମିତି ମଜ୍ଜି ଯାଆନ୍ତି ଯେ ଲାଗେ ଯେମିତି ସେ ହିଁ ଏହି କ୍ୟାରେକ୍ଟର ପାଇଁ: ଏକଦମ ଫିଟ। ତାଙ୍କର ଶେଷ ଆମାଜନ ପ୍ରାଇମ ରିଲିଜ ୱେବ ସିରିଜ ‘ସିଟାଡେଲ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏଥିରେ ରିଚାର୍ଡ ମ୍ୟାଡେନଙ୍କୁ ଆକ୍ସନରେ ପୁରା ଟକ୍କର ଦେଇଥିଲେ ପିସି। ବର୍ତ୍ତମାନ ଏହି ସିରିଜର ଦ୍ୱିତୀୟ ସିଜନ ସହିତ ନିର୍ମାତାମାନେ ପୁଣି ଥରେ ଦର୍ଶକଙ୍କ ନିକଟକୁ ଆସିବାକୁ ପ୍ରସ୍ତୁତ ହୋଇଛନ୍ତି ।

ଗୁରୁବାର ଦିନ ‘ସିଟାଡେଲ’ର ଦ୍ୱିତୀୟ ସିଜନ ଘୋଷଣା କରାଯାଇଥିଲା
ନିକଟରେ ଏକ ପୋଷ୍ଟର ସହିତ ନିର୍ମାତାମାନେ ‘ସିଟାଡେଲ’ର ଦ୍ୱିତୀୟ ସିଜନ ଘୋଷଣା କରିଥିଲେ। ସିଟାଡେଲ ଅନ୍‌ ପ୍ରାଇମ ପ୍ରିୟଙ୍କା ଚୋପ୍ରା ଓ ହଲିଉଡ ଷ୍ଟାର ରିଚାର୍ଡ ମ୍ୟାଡେନଙ୍କ ଏକ ନୂଆ ପୋଷ୍ଟର ଅଫିସିଆଲ ଆକାଉଣ୍ଟରେ ସେୟାର କରି ପ୍ରଶଂସକମାନଙ୍କୁ ଦ୍ୱିତୀୟ ସିଜିନ ବିଷୟରେ ଜଣାଇଥିଲେ।

Share