Advertisement
Categories: ଜାତୀୟ

ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସୂତ୍ର ବିଷୟରେ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩୦/୧୦: ରାଜନୀତିକ ଦଳ ମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ଟଙ୍କା ସ୍ୱଚ୍ଛ ଅଟେ। ଧାରା ୧୯(୧)(ଏ) ସୂଚନା ଅଧିକାର ଆଇନ ବଳରେ ଏହାର ସୂତ୍ର ଗୁଡିକୁ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ।

କୋର୍ଟରେ କହିବା ପୂର୍ବରୁ ଭେଙ୍କଟରମଣୀ କହିଥିଲେ, ବିନା କୌଣସି ଯୁକ୍ତିଯୁକ୍ତ କାରଣରେ ‘କିଛି ବା ସବୁକିଛି’ ଜାଣିବା ଅଧିକାର ସାଧାରଣ ଲୋକଙ୍କର ନାହିଁ। ଭେଙ୍କଟରମଣୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, “ଏହି ଯୋଜନାରେ ଦାତାଙ୍କ ପାଇଁ ଗୋପନୀୟତା ସୁରକ୍ଷିତ ରହିଥାଏ। ଏହା ଅର୍ଥ ଯୋଗଦାନକୁ ସ୍ଵଛ ବୋଲି ସୁନିଶ୍ଚିତ କରେ ଏବଂ ପ୍ରୋତ୍ସାହିତ କରେ। ଏହା ଟିକସ ବାଧ୍ୟତାମୂଳକ ପାଳନ କରିବାକୁ ସୁନିଶ୍ଚିତ କରେ। ତେଣୁ ଏହା କୌଣସି ଅଧିକାର ଛଡାଯାଉ ନାହିଁ ବୋଲି ଭେଙ୍କଟରମଣୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ଏହା ସହିତ ସେ କହିଛନ୍ତି କୋର୍ଟଙ୍କୁ ମିଳିଥିବା କ୍ଷମତାରେ କୋର୍ଟ ସରକାରଙ୍କ ଯୋଜନା ଗୁଡିକର ତର୍ଜମା କରି ପାରିବେ ନାହିଁ କିମ୍ବା ଅନ୍ୟ କିଛି କରିବାକୁ ପରାମର୍ଶ ଦେଇ ପାରିବେ ନାହିଁ। ଅନ୍ୟପଟେ ରାଜନୈତିକ ଦଳ ଗୁଡ଼ିକୁ ମିଳୁଥିବା ପାଣ୍ଠି ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା ରାଜନୈତିକ ଆଲୋଚନା ପାଇଁ ଉଦ୍ଧିଷ୍ଟ।

କିନ୍ତୁ ମୁକ୍ତ ଅବାଧ ଶାସନର ଜବାବ ମାଗିବାର ଏହା ରଥ ନୁହେଁ ଯେ, କୋର୍ଟ ଏକ ସ୍ପଷ୍ଟ ସାମ୍ବିଧାନିକ ଆଇନର ଅନୁପସ୍ଥିତିରେ ଏହିଭଳି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ଏହିଉମାମଲାର ଶୁଣାଣି ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୩୧ ତାରିଖରେ କରିବେ। ଯେଉଁଥିରେ ରାଜନୈତିକ ଦଳ ଗୁଡିକର ଆର୍ଥିକ ନିର୍ବାଚନୀ ବଣ୍ଡ ଘୋଷଣା ଯୋଜନାର ବୈଧତା ଉପରେ ପ୍ରଶ୍ନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share