Categories: ଜାତୀୟ

କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ‘ଲୋକେ ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେ ନାହିଁ, ସେ ସମୟରେ…’

ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୋପାଳର ସିଏମ ରାଇଜ ଗଭର୍ମେଣ୍ଟ ମହାତ୍ମା ଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୦୧୪ ପୂର୍ବରୁ ଦେଶରେ ବହୁ ପରିମାଣରେ ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଥିଲା।
ମୋଦି କହିଛନ୍ତି ଦେଶର ଜନତା ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେନାହିଁ। ସେ ସମୟରେ ବଡ ଧରଣର ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଥିଲା। ଯେତେବେଳେ କି ଆଜି ଗରିବଙ୍କ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଚାଲି ଯାଉଛି।

Share