Categories: ଜାତୀୟ

ମାର୍ଚ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୧୫।୨: ମାର୍ଚ୍ଚ ମାସରୁ ୫୦ ବର୍ଷ ବୟଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି। ଟିକାକରଣ ଅଭିଯାନକୁ ନେଇ ସ୍ବାସ୍ଥ୍ୟ ବିଭାଗର ଉଦ୍ୟମକୁ ସେ ପ୍ରଶଂସା କରି କହିଥିଲେ। ସପ୍ତାହ ମଧ୍ୟରେ ଦେଶର ୧୮୮ଟି ଜିଲାରେ କୌଣସି ନୂତନ କରୋନା ସଂକ୍ରମଣ ହୋଇ ନାହିଁ। କୋଭିଡ -୧୯ ଟିକାକରଣରେ କାହାର ମୃତ୍ୟୁ ହୋଇନାହିଁ। ଯଦି ଟିକାକରଣ ପରେ ମୃତ୍ୟୁ ହୁଏ, ତେବେ ଏହାର ଅନୁସନ୍ଧାନ କରାଯାଉଛି। ସାମାନ୍ୟ କିଛି ଲୋକଙ୍କ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ୮୦-୮୫ ପ୍ରତିଶତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟିକାକରଣ କରାଯାଇଥିବା ସେ କହିଛନ୍ତି।

Share