Categories: ଜାତୀୟ

କେରଳରେ ଲାଗୁ ହେବ ନାହିଁ ସିଏଏ, ଧର୍ମ ଆଧାରରେ ନାଗରିକତା ସ୍ଥିର କରିବାର ଅଧିକାର କାହାର ନାହିଁ: ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩ ।୬: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ତାଙ୍କ ସରକାର ରାଜ୍ୟରେ ବିବାଦୀୟ ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଲାଗୁ କରିବାକୁ ଦେବେନାହିଁ । କେରଳରେ ତାଙ୍କ ସରକାରକୁ ଏକ ବର୍ଷ ପୂରଣ ହୋଇଥିବା ଅବସରରେ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ନାଗରିକତା ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ ସରକାରଙ୍କ ସ୍ଥିତି ସ୍ପଷ୍ଟ ଓ ଏହା ଜାରି ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ସିଏଏ ଲାଗୁ କରାଯିବ ନାହିଁ । କାରଣ ଏହା ଧର୍ମିରପେକ୍ଷତା ବିରୋଧୀ । ଏଠାରେ କାହାକୁ ବି ଧର୍ମ ଆଧାରରେ ନାଗରିକତା ସ୍ଥିର କରିବାର ଅଧିକାର ନାହିଁ । ଏହାକୁ ସ୍ଥିର କରିବାକୁ ସମ୍ବିଧାନ ରହିଛି ।

Share