ନାଗରିକତ୍ୱ ବିବାଦ

ଜନ୍ମ ଏବଂ ମୃତ୍ୟୁ ପାଇଁ ଆଧାରକୁ ବାଧ୍ୟତାମୂଳକ କରିବା ସକାଶେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଯଦି ଏହି ବିଲ୍‌ ଆଇନରେ ପରିଣତ ହୁଏ ତେବେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଉପରେ ଏହାର ପ୍ରଭାବ ରହିବ। ଅପରପକ୍ଷେ ଏହା ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ପୁନର୍ଜୀବିତ କରିବ। ପୂର୍ବରୁ ସରକାର ଏହା କରିବାକୁ ବି ଉଦ୍ୟମ କରିଥିଲେ, କିନ୍ତୁ ୨୦୧୯-୨୦ରେ ସିଏଏକୁ ବିରୋଧ ଫଳରେ ଏହା ପଛରେ ରହିଗଲା। ଏପ୍ରିଲ ୨୦୨୦ରେ, ସରକାର ଏନ୍‌ପିଆର୍‌ ଲାଗୁ କରିବା ଆରମ୍ଭ କରିଥିଲେ। ହେଲେ ଲଗାତର ବିରୋଧ ପରେ ଏହି ପ୍ରଚେଷ୍ଟା ବନ୍ଦ କରିଦିଆଯାଇଥିଲା। ଲୋକେ ଆନ୍ଦୋଳନକୁ ବନ୍ଦ ନ କରିବାର କାରଣ ହେଲା, ଏନ୍‌ଆର୍‌ସି ଲାଗୁ ହେବ କି ନାହିଁ ପ୍ରଧାନମନ୍ତ୍ରୀ କୌଣସି ଆଶ୍ୱାସନା ଦେଇ ନ ଥିଲେ। ସେ କେବଳ କହିଥିଲେ, ଏହା ଉପରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। ଆସାମରେ ଯାହା ଘଟିଲା ତାହା ଦେଶବ୍ୟାପୀ ଘଟିବ ବୋଲି ବିଶ୍ୱାସ କରୁଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପୂରା ସନ୍ତୁଷ୍ଟ କରିବାରେ ଯଥେଷ୍ଟ ନ ଥିଲା।
ଲୋକଙ୍କ ପ୍ରତିବାଦ ବ୍ୟତୀତ ଅଣଭାଜପା ଦଳର ବିରୋଧ ବି ଏନ୍‌ପିଆର୍‌/ ଏନ୍‌ଆର୍‌ସି ବନ୍ଦ କରିବାରେ ଭୂମିକା ଥିଲା। କେତେକ ରାଜ୍ୟ କହିଛନ୍ତି ଯେ, ସେମାନେ ଏନ୍‌ପିଆର କାର୍ଯ୍ୟକାରୀ କରିବେ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତିର ଭୟ ରହିଛି ବୋଲି ସୂଚନା ଦେଇ କେରଳ ସୁପ୍ରିମକୋର୍ଟରେ ଏନ୍‌ଆର୍‌ସିକୁ ଚ୍ୟାଲେଞ୍ଜ କରିଛି। ମଧ୍ୟପ୍ରଦେଶ କଂଗ୍ରେସ ଅଧୀନରେ ଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବ ନାହିଁ ବୋଲି କହିଥିଲା। ପଶ୍ଚିମବଙ୍ଗ ପରି ଅନ୍ୟ ରାଜ୍ୟଗୁଡ଼ିକ ସେମାନଙ୍କର ନାଗରିକମାନଙ୍କୁ ଗଣନାକାରୀଙ୍କ ବିରୋଧ କରିବାକୁ ଏବଂ ସେମାନଙ୍କୁ କୌଣସି ଦଲିଲ ନ ଦେଖାଇବାକୁ ଉତ୍ସାହିତ କରିଥିଲେ। ତଥାପି ଅନ୍ୟ ରାଜ୍ୟମାନେ (ଓଡ଼ିଶା ଏବଂ ବିହାର) କୌଣସି ପ୍ରଶ୍ନ ନ ଉଠାଇ ଏନ୍‌ପିଆର୍‌କୁ କେବଳ ଆଂଶିକ କାର୍ଯ୍ୟକାରୀ କରିବେ ବୋଲି କହିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ, ସେ ଏହି ପ୍ରସଙ୍ଗରେ ରାଜସ୍ଥାନୀଙ୍କୁ ଜେଲରେ ରହିବାକୁ ଦେବେ ନାହିଁ ଏବଂ ଏହା ବଦଳରେ ପ୍ରଥମେ ନିଜେ ଜେଲ ଯିବେ। ସଂଘୀୟସ୍ତରରେ ଏହା ସ୍ପଷ୍ଟ ହେଲା ଯେ ସଂଗୃହୀତ ହେବାକୁ ଥିବା ତଥ୍ୟ ଅସମ୍ପୂର୍ଣ୍ଣ ଏବଂ ଖଣ୍ଡବିଖଣ୍ଡିତ ହେବ। ତେବେ ୨୦୨୦ରେ ଏନ୍‌ପିଆର୍‌ / ଏନ୍‌ଆର୍‌ସି ପ୍ରକ୍ରିୟାକୁ ଅଟକାଇବାରେ ମୋଦି ସରକାରଙ୍କ ଏହା ତୃତୀୟ କାରଣ। ନାଗରିକତ୍ୱ ଆଇନ ଦ୍ୱାରା ସୃଷ୍ଟି ଧ୍ରୁବୀକରଣ ଦେଶ ଦ୍ୱାରା ଗ୍ରହଣ କରାଯାଇଥିବା କିଛି ଚରମ ପଦକ୍ଷେପରେ ପ୍ରତିଫଳିତ ହେଲା ଏବଂ ଏଗୁଡ଼ିକ ପ୍ରଚାର କରାଯାଇଥିଲା। ଫେବୃୟାରୀ ୨୦୨୦ରେ ହାଇଦ୍ରାବାଦରେ ଆଧାରର ତଦାରଖ କରୁଥିବା ଅଧିକାରୀମାନେ ସେମାନଙ୍କ ଅଧିକାର ବାହାରେ ୧୦୦ରୁ ଅଧିକ ଲୋକଙ୍କୁ ନାଗରିକତ୍ୱ ପ୍ରମାଣ କରିବାକୁ କାର୍ଯ୍ୟାଳୟକୁ ଡକାଇଥିଲେ। ସମ୍ଭବତଃ ଏମାନେ ସମସ୍ତେ ଥିଲେ ମୁସଲମାନ। ଏହି ଖବର ପ୍ରକାଶ ପାଇବା ପରେ ଆଧାର କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଲେ ଓ ପଛକୁ ହଟିଲେ। ଆସାମର କୌଣସି ଏକ କୋର୍ଟ ଭାରତୀୟ ବୋଲି ଜଣେ ମୁସଲମାନ ମହିଳାଙ୍କ ଦାବିକୁ ରଦ୍ଦ କରିବା ପାଇଁ ୧୯୬୦ ଦଶକରୁ ଥିବା ତାଙ୍କ ଭୋଟର ପରିଚୟ ପତ୍ର ଏବଂ ଜମି ରାଜସ୍ବ ରେକର୍ଡ ସମେତ ୧୫ଟିି ବିଭିନ୍ନ ଦଲିଲକୁ ଗ୍ରହଣ କରି ନ ଥିଲେ, ଯାହାକୁ ବହୁଳ ଭାବେ ପ୍ରଚାର କରାଯାଇଥିଲା। କର୍ନାଟକର ବିଦାରରେ ନାଗରିକତ୍ୱ ଆଇନ ଉପରେ ଏକ ସ୍କୁଲରେ କରାଯାଇଥିବା ନାଟକକୁ ନେଇ ସ୍କୁଲ ପିଲାମାନଙ୍କୁ ପଚରା ଯାଇଥିଲା। ଏପରି କି ଅଭିଭାବକମାନଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଅଣାଯିବା ସହ ମହିଳାମାନଙ୍କୁ ଜେଲରେ ରଖାଯାଇଥିଲା। ଏ ସବୁର ପରିଣାମ ସ୍ବରୂପ, ଭାରତର ଅଧିକ ଅଞ୍ଚଳରେ ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ବିରୋଧରେ ତାମିଲନାଡୁର ଚେନ୍ନାଇ, ତିରୁନେଲଭେଲି, ଭେଲୋର, କୋଇମ୍ବାଟୁର, ଥୋଥୁକୁଡ଼ି, ତିରୁଚି, ମଦୁରାଇ, ସାଲେମ ଏବଂ କୃଷ୍ଣଗିରିରେ ଜନବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଜନଗଣନା ଏବଂ ବ୍ୟୟ ଉପରେ ତଥ୍ୟ ସଂଗ୍ରହ କରୁଥିବା ଜାତୀୟ ନମୁନା ସର୍ଭେ (ଏନ୍‌ଏସ୍‌ଏସ୍‌) ମଧ୍ୟ ସିଏଏ ବିରୋଧ ଦ୍ୱାରା ପ୍ରଭାବିତ ହେଲା। ଏହି କାରଣରୁ ଜନଗଣନା ଏବଂ ପାଞ୍ଚବର୍ଷିଆ ସର୍ଭେଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନ ବିଶେଷଜ୍ଞ ପ୍ରଣବ ସେନ୍‌ ସେତେବେଳେ ଏହାକୁ ଏକ ନୂଆ ପ୍ରକାରର ସମସ୍ୟା ବୋଲି କହିଥିଲେ। ସେ କହିଥିଲେ, ଏନ୍‌ଏସ୍‌ଏସ୍‌ର କ୍ଷେତ୍ର ଅନୁସନ୍ଧାନକାରୀଙ୍କ ଉପରେ ଆକ୍ରମଣ ନୂଆ ନୁହେଁ। ଏହା ପୂର୍ବରୁ ମୁଖ୍ୟତଃ ଯେତେବେଳେ ସେମାନେ ଘରର ଆୟ କିମ୍ବା ସମ୍ପତ୍ତି ଏବଂ ଏମିତିକା କିଛି ବିଷୟ ଉପରେ ପ୍ରଶ୍ନ ପଚାରିଥିଲେ ଏଭଳି ଘଟଣା ଘଟିଥିଲା। ନିକଟରେ ବି ଏହା ଘଟିଛି, କିନ୍ତୁ ଅଧିକ ନୁହେଁ। ସେ କହିଥିଲେ, ଯଦି ଜନଗଣନା ଠିକ୍‌ଭାବେ କରା ନ ଯାଏ, ତେବେ ଆସନ୍ତା ୧୦ ବର୍ଷ ପାଇଁ କୌଣସି ଘରୋଇ ସର୍ବେକ୍ଷଣ ନିର୍ଭରଯୋଗ୍ୟ ହେବନାହିଁ, କାରଣ ସମସ୍ତ ଘରୋଇ ସର୍ବେକ୍ଷଣ ଜନଗଣନା ଉପରେ ନିର୍ଭର କରେ। ଯଦି ଜନଗଣନା ସମସ୍ୟାର ସମ୍ମୁଖୀନ ହୁଏ ଏବଂ ଏଥିରେ କିଛି ବିପଦ ରହେ, ତେବେ ପରବର୍ତ୍ତୀ ୧୧ ବର୍ଷ ପାଇଁ ଆପଣ ଅସୁବିଧାରେ ରହିବେ । ଜନ୍ମ ଏବଂ ମୃତ୍ୟୁ ସହିତ ଆଧାରର ସଂଯୋଗ ନାଗରିକତ୍ୱ ଉପରେ ବିତର୍କକୁ ପୁନର୍ଜୀବିତ କରିବ, ଏହା ଦୁର୍ଭାଗ୍ୟଜନକ। ଏହାକୁ ଆମେ ବିଚାର କରିନାହୁଁ ଯେ ମିଳିତ ଜାତିସଂଘର ସେକ୍ରେଟାରି ଜେନେରାଲ, ୟୁରୋପୀୟ ୟୁନିୟନ ଏବଂ ଆମେରିକା କଂଗ୍ରେସର ସଦସ୍ୟମାନେ ୨୦୨୦ରେ ଭାରତରେ ଘଟିଥିବା ଘଟଣାଗୁଡ଼ିକୁ ନେଇ ଚିନ୍ତିତ ହୋଇଥିଲେ ଓ ସ୍ବର ମଧ୍ୟ ଉଠାଇଥିଲେ। ଏହି ପରିସ୍ଥିତିରେ ଯେକୌଣସି ପଦ୍ଧତିରେ ଏନ୍‌ପିଆର୍‌ କାର୍ଯ୍ୟକାରୀ କରିବାକୁ ଆଗକୁ ବଢୁଥିବା ସରକାରଙ୍କ ପାଇଁ ଏହାର କିଛି ମାନେ ନାହିଁ। ଆଶା, ଆମେ ପୁଣିଥରେ ନାଗରିକତ୍ୱକୁ ନେଇ ଏକ ବିବାଦ ଆଡ଼କୁ ଅଗ୍ରସର ହେବାବେଳେ ଏସବୁକୁ ବିଚାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri