Categories: ଜାତୀୟ

ନାଗରିକ ସ୍ବତନ୍ତ୍ରତା: ଭାରତର ରେଟିଂ କମିଲା

ନୂଆଦିଲ୍ଲୀ,୪।୩: ଭାରତରେ ନାଗରିକଙ୍କ ସ୍ବତନ୍ତ୍ରତା ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମିଛି। ଆମେରିକା ସଂସ୍ଥା ଫ୍ରିଡ଼ମ୍‌ ହାଉସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତବର୍ଷ ଭାରତ ଶ୍ରେଷ୍ଠ ନାଗରିକ ସ୍ବତନ୍ତ୍ରତା ପ୍ରଦାନକାରୀ ଦେଶ ମଧ୍ୟରେ ମୋଟ ୧୦୦ରୁ ଗତ ବର୍ଷ ୭୧ ନମ୍ବର ପାଇଥିଲା। ତେବେ ଚଳିତ ବର୍ଷ ଏହା ୬୭ ରହିଛି। ୧୦୦ ନମ୍ବର ମଧ୍ୟରେ ନାଗରିକ ସ୍ବତନ୍ତ୍ରତା ପାଇଁ ୬୦ ନମ୍ବର ଥିବାବେଳେ ରାଜନୈତିକ ଅଧିକାରୀ ପାଇଁ ୪୦ ସ୍କୋର୍‌ ରହିଛି। ସେଥିମଧ୍ୟରୁ ନାଗରିକ ସ୍ବତନ୍ତ୍ରତା କ୍ଷେତ୍ରରେ ଗତବର୍ଷ ଭାରତ ମୋଟ ୬୦ ନମ୍ବରରୁ ୩୭ ନମ୍ବର ପାଇଥିବାବେଳେ ଚଳିତବର୍ଷ ୩୩ ନମ୍ବର ହାସଲ କରିଛି। ନାଗରିକ ସ୍ବତନ୍ତ୍ରତା କ୍ଷେତ୍ରରେ ଦେଶ ୪ ନମ୍ବର ପଛୁଆ ରହିଛି। ସେହିପରି ରାଜନୈତିକ ଅଧିକାରୀଙ୍କ ସ୍କୋର୍‌ ଗତବର୍ଷ ଏବଂ ଚଳିତବର୍ଷ ୪୦ରୁ ୩୪ ରହିଛି। ମୋଟ ୨୧୧ ଦେଶ ମଧ୍ୟରେ ଭାରତର ରେଟିଂ ୮୩ରୁ ୮୮କୁ ଖସି ଆସିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଜୟ ହାସଲ କରିବା ପରେ ଦେଶରେ ନାଗରିକ ସ୍ବତନ୍ତ୍ରତା ରେଟିଂ କମୁଥିବା ଏଥିରେ ଦର୍ଶାଯାଇଛି। ସେହିପରି ୨୦୨୦ରେ କରୋନା ମହାମାରୀ ଯୋଗୁ ନାଗରିକ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଏଥିରେ ଦର୍ଶାଯାଇଛି। ୨୦୧୪ରେ କ୍ଷମତା ପରିବର୍ତ୍ତନ ପରେ ଦେଶରେ ନାଗରିକ ସ୍ବତନ୍ତ୍ରତା କମିବାରେ ଲାଗିଥିବା ଫ୍ରିଡ଼ମ୍‌ ହାଉସ୍‌ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଫିନଲାଣ୍ଡ, ନରଓ୍ବେ ଏବଂ ସୁଇଡେନ୍‌ ୧୦୦ରୁ ୧୦୦ ରଖି ଶୀର୍ଷରେ ରହିଛନ୍ତି। ଅପରପକ୍ଷରେ ତିବ୍ବତ ଏବଂ ସିରିଆକୁ ୧୦୦ରୁ ମାତ୍ର ୧ ନମ୍ବର ମିଳିଛି।

Share