Posted inଜାତୀୟ

ମୁଣ୍ଡକା ଅଗ୍ନିକାଣ୍ଡ: ହ୍ୱାଟସଆପ ବଞ୍ଚାଇଦେଲା ୧୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ବ୍ୟବସାୟିକ ୩ ମହଲା ଘରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ଏଥିରେ ଏବେପଯ୍ୟନ୍ତ ୨୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୪୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ନିଆଁ ଲାଗିଯିବା ସମୟରେ ଏହାର ଆଖପାଖରେ ଥିବା ଲୋକେ ହ୍ୱାଟସଆପ ଜରିଆରେ ଅନ୍ୟମାନଙ୍କୁ ସୂଚନା ଦେବା ସହ ଦମକଳ ଗାଡି ପହଞ୍ଚିବା ପୂର୍ବରୁ ସାଧାରଣ ଲୋକେ କେତେଜଣଙ୍କୁ ଉଦ୍ଧାର କରିଥିଲେ । କୁହାଯାଉଛି ହ୍ୱାଟସଆପ ମେସେଜ ପାଇବା ପରେ ବହୁ ସଂଖ୍ୟାରେ ଲୋକେ ସେଠାରେ ପହଞ୍ଚିବା ସହ ନିଆଁରେ ଫସି ରହିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରିଥିଲେ । ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ପ୍ରାୟ ୨ଶହରୁ ଅଧିକ ଲୋକେ ରୁଣ୍ଡ ହୋଇଯିବା ସହ ଘରର ଦ୍ୱିତୀୟ ମହଲାରେ ଅଧିକ ଲୋକ ଥିବା ଜାଣିି ସେଠାରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ହେଲେ ପରେ ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ ତା ମଧ୍ୟରୁ ଲୋକଙ୍କୁ ବାହାର କରିବା କାଠିକର ପାଠ ହୋଇଥିଲା । ମୃତକ ୨୭ ଜଣଙ୍କ ମଧ୍ୟରେ ୨ ଜଣ ଅଗ୍ନିଶମ କର୍ମଚାରୀ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ତାମିଲନାଡୁ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୧ା୩: ବିରୋଧୀଙ୍କ ସମାଲୋଚନା ସତ୍ତ୍ୱେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଉପରେ ତାମିଲନାଡୁ ସରକାରଙ୍କ ଆଭିମୁଖ୍ୟକୁ ନେଇ ମଙ୍ଗଳବାର ପୁଣିଥରେ...

Pakistan Train Hijack: କେବଳ ପାକିସ୍ତାନରେ ନୁହେଁ ଭାରତରେ ମଧ୍ୟ ହୋଇଛି ଟ୍ରେନ ହାଇଜ୍ୟାକ୍‌, ଜାଣନ୍ତୁ କେବେ ଘଟିଥିଲା ଏପରି ଭୟଙ୍କର ଘଟଣା

ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ଆତଙ୍କବାଦୀମାନେ ଏକ ସମ୍ପୂର୍ଣ୍ଣ ଟ୍ରେନ ହାଇଜ୍ୟାକ୍‌ କରିଛନ୍ତି। ଦାବି କରାଯାଉଛି ଯେ ବାଲୁଚ ଲିବରେସନ ଆର୍ମି...

କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା...

କରୁଥିଲେ ଅନଲାଇନ ଡାଇଟ୍‌, ଚାଲିଗଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ,୧୧।୩: ଆଜିକାଲି ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଡାଏଟ ଅନୁସରଣ କରିବାର ଧାରା ବହୁତ ବୃଦ୍ଧି ପାଇଛି। କିନ୍ତୁ ଯଦି ଶରୀରର ଆବଶ୍ୟକତା...

‘ଆପଣ ଟ୍ରେନିଂ ନିଅନ୍ତୁ, ଆପଣଙ୍କୁ ଏହାର…’, ନଡ୍ଡାଙ୍କୁ କାହିଁକି ଏମିତି ଉପଦେଶ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୧।୩: ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୧ ମାର୍ଚ୍ଚ, ୨୦୨୫) କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ...

Gold Smuggling ମାମଲାରେ ଆସିଲା ନୂଆ ଟୁଇଷ୍ଟ, ତରୁଣ ରାଜୁଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୧।୩: ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଅଭିନେତ୍ରୀ ରାନ୍ୟା ରାଓଙ୍କ ବିଷୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି।...

ଔରଙ୍ଗଜେବଙ୍କ ସମାଧି ପାଇଁ ପ୍ରତିବର୍ଷ ଏତେ ଟଙ୍କା ଦେଉଛନ୍ତି ମୋଦି ସରକାର, ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୧୧।୩: ବର୍ତ୍ତମାନ ଦେଶରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଔରଙ୍ଗଜେବଙ୍କ ସମ୍ପର୍କିତ ପ୍ରସଙ୍ଗ ବହୁତ ଉଷ୍ମ ରହିଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏହି...

ଆଇନଗତ ସମସ୍ୟାରେ ଫସିଲା ସୁପରଷ୍ଟାର ଶାହରୁଖଙ୍କ ମନ୍ନତ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ,୧୧।୩: ଶାହରୁଖ ଖାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ମନ୍ନତ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ପର୍ଯ୍ୟଟନ ସ୍ଥଳଠାରୁ କମ୍‌ ନୁହେଁ। ପ୍ରଶଂସକମାନେ ପ୍ରାୟତଃ ମନ୍ନତକୁ ଯାଆନ୍ତି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image