Categories: ଜାତୀୟ

ମୁଣ୍ଡକା ଅଗ୍ନିକାଣ୍ଡ: ହ୍ୱାଟସଆପ ବଞ୍ଚାଇଦେଲା ୧୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ବ୍ୟବସାୟିକ ୩ ମହଲା ଘରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ଏଥିରେ ଏବେପଯ୍ୟନ୍ତ ୨୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୪୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ନିଆଁ ଲାଗିଯିବା ସମୟରେ ଏହାର ଆଖପାଖରେ ଥିବା ଲୋକେ ହ୍ୱାଟସଆପ ଜରିଆରେ ଅନ୍ୟମାନଙ୍କୁ ସୂଚନା ଦେବା ସହ ଦମକଳ ଗାଡି ପହଞ୍ଚିବା ପୂର୍ବରୁ ସାଧାରଣ ଲୋକେ କେତେଜଣଙ୍କୁ ଉଦ୍ଧାର କରିଥିଲେ । କୁହାଯାଉଛି ହ୍ୱାଟସଆପ ମେସେଜ ପାଇବା ପରେ ବହୁ ସଂଖ୍ୟାରେ ଲୋକେ ସେଠାରେ ପହଞ୍ଚିବା ସହ ନିଆଁରେ ଫସି ରହିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରିଥିଲେ । ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଘଟଣା ସମ୍ପର୍କରେ ଜାଣିବା ପରେ ସେଠାରେ ପ୍ରାୟ ୨ଶହରୁ ଅଧିକ ଲୋକେ ରୁଣ୍ଡ ହୋଇଯିବା ସହ ଘରର ଦ୍ୱିତୀୟ ମହଲାରେ ଅଧିକ ଲୋକ ଥିବା ଜାଣିି ସେଠାରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ହେଲେ ପରେ ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ ତା ମଧ୍ୟରୁ ଲୋକଙ୍କୁ ବାହାର କରିବା କାଠିକର ପାଠ ହୋଇଥିଲା । ମୃତକ ୨୭ ଜଣଙ୍କ ମଧ୍ୟରେ ୨ ଜଣ ଅଗ୍ନିଶମ କର୍ମଚାରୀ ଥିବା ଜଣାପଡିଛି ।

Share