ନିଆରା ଲାଗିବ ନଗର

ଅନୁଗୋଳ ଅଫିସ, ୨୦ା୯: ବିଶ୍ୱକର୍ମା ପୂଜା ଶେଷ ନ ହେଉଣୁ ମା’ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ନେଇ ଅନୁଗୋଳରେ ଆରମ୍ଭ ହୋଇଗଲାଣି ସାଜସଜ୍ଜା। ଏପରି କି ଭସାଣି ଉତ୍ସବ ମଧ୍ୟ କିପରି ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ହୋଇଛି ଆଲୋଚନା। ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଏ ନେଇ ସ୍ଥାନୀୟ ଟାଉନ୍‌ ହଲ୍‌ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥର ହେବାକୁ ଥିବା ୪୦ ମଣ୍ଡପ ମଧ୍ୟରୁ ୧୧ଟିରେ ଦୁର୍ଗା ଓ ୨୯ ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯିବାର ଯୋଜନା ହୋଇଛି। ଏପରି କି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନକୁ ଅନୁମତି ମଗାଯିବ ବୋଲି ବୈଠକରେ ଧାର୍ଯ୍ୟ କରାଯାଇଛି।
ଟାଉନ ହଲ୍‌ଠାରେ ଆୟୋଜିତ ସେଣ୍ଟ୍ରାଲ ପୂଜା କମିଟି ବୈଠକରେ ସଭାପତି ଅକ୍ଷୟ କୁମାର ସାମନ୍ତ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଦିଲୀପ ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆଗାମୀ ପୂଜାକୁ ଦୃଷ୍ଟିରେ ରଖି ସର୍ବସମ୍ମତିକ୍ରମେ କର୍ମକର୍ତ୍ତା ଚୟନ କରାଯାଇଥିଲା। ପୂର୍ବରୁ ବିଭିନ୍ନ ପଦବୀରେ ଥିବା କର୍ମକର୍ତ୍ତାଙ୍କୁ ପୁଣିଥରେ ଚୟନ କରାଯାଇଥିଲା। ତେଣୁ ସଭାପତି ପଦରେ ଅକ୍ଷୟ କୁମାର ସାମନ୍ତ, ଉପସଭାପତି ପଦରେ ବଳରାମ ଜେନା, କିଶୋର କୁମାର କର, ସୁନୀଲ କୁମାର ସାହୁ, ପଦ୍ମଚରଣ ସାହୁ, ସାଧାରଣ ସମ୍ପାଦକ ପଦବୀରେ ଦିଲୀପ କୁମାର ପ୍ରଧାନ, ସମ୍ପାଦକ ପଦବୀରେ ପୂର୍ଣ୍ଣଚନ୍ଦ୍ର ରାଉତ, ରତିକାନ୍ତ ଦାସ, ବ୍ରଜବନ୍ଧୁ ସାହୁ, ରଣଜିତ ମାଣ୍ଡୋଠିଆ, କୋଷାଧ୍ୟକ୍ଷ ପଦବୀରେ ଅକ୍ଷୟ କୁମାର ଦାସ ଓ ଯୁଗ୍ମ ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ନାୟକ, ସୁଧୀର ରଞ୍ଜନ ସାହୁ, ବିଭେନ୍ଦୁ ପ୍ରସାଦ ସାହୁ ପୂର୍ବପରି କାର୍ଯ୍ୟ ସମ୍ପାଦକ କରିବେ ବୋଲି ସ୍ଥିର କରାଯାଇଥିଲା। ତେବେ ନୂଆକରି ଯୁବଗୋଷ୍ଠୀଙ୍କୁ ଏହି କମିଟିରେ ସାମିଲ କରାଯାଇଛି। ଚଳିତବର୍ଷ କିଭଳି ପୂଜାକୁ ସରସ ସୁନ୍ଦର କରାଯିବ, ସେ ନେଇ ଆଲୋଚନା ହୋଇଥିଲା। କରୋନା ଯୋଗୁ ୨ ବର୍ଷ ଆବନ୍ଧ ମଣ୍ଡପରେ ପୂଜା ହୋଇଥିବାବେଳେ ଏବର୍ଷ ଧୁମ୍‌ଧାମରେ ପୂଜା ଆୟୋଜନ ହେଉଥିବାରୁ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ୧ ତାରିଖରୁ ୫ ତାରିଖ ଯାଏ ଦୁର୍ଗାପୂଜା ହେବ। ୬ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ। ହେମସୁରପଡ଼ା ଓ ହୁଲୁରିସିଂହାର ମେଢ଼କୁ ନେଇ କମିଟିରେ ଆଲୋଚନା ହୋଇଥିଲା। ହେମସୁରପଡ଼ା ପୂଜା କମିଟି ପକ୍ଷରୁ ରାବଣପୋଡ଼ି ଉତ୍ସବ ଆୟୋଜନ କରାଯିବ। ସେହିପରି ବସ୍‌ଷ୍ଟାଣ୍ଡରେ ଚାଲୁଥିବା ଲଟେରି ବ୍ୟବସ୍ଥାକୁ ପୋଲିସ ପ୍ରଶାସନ ବନ୍ଦ କରିଥିବାରୁ ଘଟଣା ସମ୍ପର୍କରେ ଅନୁଗୋଳ ଏସ୍‌ପିଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ଆଲୋଚନା କରିବାକୁ ଦିନ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା ବିଷୟରେ ଆଲୋଚନା ହୋଇଥିଲା। ଅକ୍ଟୋବର ୯ରୁ ଏହି ପୂଜା ଆରମ୍ଭ ହୋଇ ୧୯ ତାରିଖ ଭସାଣିରେ ଶେଷ ହେବ। କୌଣସି ପ୍ରକାର ଡିଜେକୁ ଭସାଣିରେ ଅନୁମତି ପ୍ରଦାନ କରାଯିବ ନାହିଁ। ତେବେ ଚଳିତବର୍ଷ ମା’ଙ୍କ ପୂଜାରେ ଅନେକ କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳିବ। ୨ ବର୍ଷ ହେଲା ପୂଜା ଉତ୍ସବରୁ ସମସ୍ତେ ବଞ୍ଚିତ ଥିବାରୁ ଏଥର ବିଭିନ୍ନ କମିଟି ପକ୍ଷରୁ ଅନେକ କ୍ଷେତ୍ରରେ ନୂତନ ଯୋଜନା କରାଯାଇଛି। ଏହା ସହରବାସୀଙ୍କୁ ଏକ ଭିନ୍ନ ଅନୁଭୂତି ଦେବ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ନୂଆ ପ୍ରତିଭାର ପରିଚୟ ମିଳିବ
ଅମଲାପଡ଼ା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ସର୍ବ ପୁରାତନ। ଏହି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଗୋଳର ପ୍ରତିଭାଙ୍କୁ ଚିହ୍ନଟ କରାଯାଇଥାଏ। ଏଠାରେ ହୋଇଥିବା ମଞ୍ଚରେ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ।
-ଅକ୍ଷୟ କୁମାର ସାମନ୍ତ, ସଭାପତି, ସେଣ୍ଟ୍ରାଲ ପୂଜା କମିଟି

ଅନେକ କିଛି ନୂଆ ଦେଖିବାକୁ ମିଳିବ
୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ହେଉଥିବାରୁ ଉତ୍ସାହ ରହିଛି। ସେଥିପାଇଁ ଚଳିତବର୍ଷ ପୂଜାରେ ଲୋକମାନେ ନିଶ୍ଚିତ ଭାବେ ଅନେକ କିଛି ନୂଆ ଦେଖିବାର ସୁଯୋଗ ପାଇବେ। ଏ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଯୋଜନା କରାଯାଇଛି।
-ଦିଲୀପ କୁମାର ପ୍ରଧାନ, ସାଧାରଣ ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି

ପାରମ୍ପରିକ ରୀତିନୀତିରେ ହେବ ପୂଜା
ପାରମ୍ପରିକ ରୀତିନୀତିରେ ପୂଜା ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପ୍ରସାଦ ସେବନ ଓ ଭସାଣି ଉତ୍ସବ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ୨ ବର୍ଷ ପରେ ଆକର୍ଷଣୀୟ ଢଙ୍ଗରେ ପୂଜା ହେଉଥିବାରୁ ଉତ୍ସାହ ରହିଛି।
-ଅକ୍ଷୟ କୁମାର ଦାସ, କୋଷାଧ୍ୟକ୍ଷ, ସେଣ୍ଟ୍ରାଲ ପୂଜା କମିଟି

ଆଖି ଝଲସାଇବ ମୂର୍ତ୍ତି, ତୋରଣ
ଚଳିତବର୍ଷ ସମସ୍ତ ପୂଜା କମିଟି ନିଆରା ଢଙ୍ଗରେ ପୂଜା ପାଳନ କରିବାକୁ ଯୋଜନା କରିଛନ୍ତି। ତେଣୁ ଦର୍ଶକମାନେ ଏଥର ଅନୁଗୋଳ ପୂଜାରୁ ଭରପୂର ମଜା ପାଇପାରିବେ। ସେଥିପାଇଁ ପ୍ରସ୍ତୁତି ପର୍ବ ଏବେ ଜୋର୍‌ଧରିଛି।
-ବୀରେନ୍ଦ୍ର କୁମାର ନାୟକ, ଯୁଗ୍ମ ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri