Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଶୋଇଥିଲେ ପୌର ଅଧିକାରୀ, ଭିଡ଼ିଓ ଭାଇରାଲ ପରେ ହେଲେ ନିଲମ୍ବିତ…

ଅହମଦାବାଦ,୩୦।୪ : ଗୁଜରାଟର କଚ୍ଛ ଜିଲ୍ଲାର ଭୁଜରେ ଜଣେ ପୌର ଅଧିକାରୀ ସରକାରୀ କାର୍ଯ୍ୟରେ ଶୋଇଥିବାରୁ ନିଲମ୍ବନ ହୋଇଛନ୍ତି। ନିଲମ୍ବିତ ଅଧିକାରୀ ଜିଗର ପଟେଲ ଭୁଜ ପୌରପାଳିକାର ମୁଖ୍ୟ ଅଧିକାରୀ।

ଶନିବାର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟ ସମୟରେ, ଯେତେବେଳେ ମୁଖ୍ୟମନ୍ତ୍ରୀ ମଞ୍ଚରୁ ସମ୍ବୋଧିତ କରୁଥିଲେ, ସେତେବେଳେ ତାଙ୍କ ସାମ୍ନାରେ ବସିଥିବା ଜିଗର ଶୋଇପଡିଥିଲେ। କେବଳ ଏତିକି ନୁହେଁ ଶୋଇବା ସମୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ରାଜ୍ୟର ନଗର ଉନ୍ନୟନ ଏବଂ ନଗର ଗୃହ ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତୁରନ୍ତ ଶନିବାର ସାର ତାଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା।

ନଗର ଉନ୍ନୟନ ଏବଂ ନଗର ଗୃହ ବିଭାଗର ଜଣେ ଅଧିକାରୀ ଏହି କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ଚରମ ଅବହେଳା ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଅଭାବରୁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି। ଗୁଜରାଟ ସିଭିଲ ସର୍ଭିସେସ (ଅନୁଶାସନ ଏବଂ ଅପିଲ) ନିୟମ, ୧୯୭୧ ର ନିୟମ ୫(୧) (କ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share