ନୂଆଦିଲ୍ଲୀ,୧୯।୧୨: ‘ୟୁ ଆର୍ ଦ ଲାଇଟ୍’ର ଟାଗ୍ଲାଇନ୍ ସହିତ ସୋମବାର ସିଭିଲ୍-୨୦ର ଲୋଗୋ ଜାରି ହୋଇଛି। ସିଭିଲ୍-୨୦ ହେଉଛି ଜି-୨୦ର ଏକ ଏନ୍ଗେଜ୍ମେଣ୍ଟ ଗ୍ରୁପ୍। ଯାହା ନାଗରିକ ସମାଜ ସଂଗଠନ ଏବଂ ବିକାଶ ସହ ଜଡିତ ଥିବା ପ୍ରସଙ୍ଗକୁ ଉଠାଇଥାଏ। ଆସନ୍ତା କିଛି ମାସ ଧରି ଭାରତର ବିଭିନ୍ନ ସ୍ଥାନରେ ଏହା ଉପରେ ଆଲୋଚନା ଏବଂ ସେମିନାର ଅନୁଷ୍ଠିତ ହେବ। ଶେଷରେ ଏକ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ଏହି ଶିଖର ସମ୍ମିଳନୀରେ ନାଗରିକ ସଂଗଠନର ସ୍ଥିତି ଏବଂ ବିକାଶ ପ୍ରସଙ୍ଗରେ ଏକ ନୀତିପତ୍ର ଜାରି କରାଯିବ। ଭାରତ ଏବଂ ଜି-୨୦ର ସମସ୍ତ ଦେଶର ନାଗରିକ ସଂଗଠନ ସିଭିଲ-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ସିଭିଲ-୨୦ ଇଣ୍ଡିଆ ୨୦୨୩ର ଚେୟାରମ୍ୟାନ ହେଉଛନ୍ତି ମାତା ଅମୃତାନନ୍ଦମୟୀ ଦେବୀ।