Categories: ଜାତୀୟ

ପୁଣି ବିମାନରେ ମିଳିବ ଭୋଜନ ସୁବିଧା

ନୂଆଦିଲ୍ଲୀ: ପୁଣି ସବୁ ବିମାନରେ ଭୋଜନ ଓ ସମ୍ବାଦପତ୍ର ମିଳିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚଳାଚଳ କରୁଥିବା ସମସ୍ତ ବିମାନରେ ଭୋଜନ ଏବଂ ସମ୍ବାଦପତ୍ର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ଏହି ଦୁଇ ସୁବିଧା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।କରୋନା ମହାମାରୀ ପରେ ଯାତ୍ରୀଙ୍କୁ ସମାଜିକ ଦୂରତା ବଜାୟ ରଖିବା ଦୃଷ୍ଟିରୁ ବିମାନ ଭିତରେ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା। ଗତ ବର୍ଷ ମେ ୨୫ରୁ ବିମାନ ସେବା ପୁନଃ ଆରମ୍ଭ ହେବା ପର ଠୁ କେତେକ ସର୍ତ୍ତ ଅନୁସାରେ ବିମାନ ସେବା ଯୋଗାଇବାକୁ ଅନୁମତି ମିଳିଥିଲା । କଟକଣା ହଟିବା ପରେ ଖୁବଶୀଘ୍ର ବିମାନ ଚଳାଚଳ କ୍ଷେତ୍ର ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆଶା କରାଯାଉଛି ।

 

Share