Categories: ଜାତୀୟ

ଟାୟାର ମରାମତିରୁ ସିଭିଲ ଜଜ୍‌

ପ୍ରୟାଗରାଜ,୨୫ା୯ : ଗାଡ଼ିର ଫଟା ଟାୟାର ମରାମତି କରୁଥିବା ଜଣେ ଯୁବକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଅହଦ ଅହମଦ (୨୬) ନାମକ ଏହି ଯୁବକ ପ୍ରୋଭିନ୍‌ସିଆଲ୍‌ ସିଭିଲ ସର୍ଭିସ (ଜୁଡିସିଆଲ୍‌) ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଜଣେ ସିଭିଲ୍‌ ଜଜ୍‌ (ଜୁନିୟର ଡିଭିଜନ) ହେବାକୁ ଯାଉଛନ୍ତି। ପ୍ରୟାଗରାଜର ବରାଇ ହରକ ଗ୍ରାମରେ ରହୁଥିବା ଶେହଜାଦ ଅହମଦ ଟାୟାର ରିପେୟାରିଂ ଦୋକାନ ଚଳାଉଥିବାବେଳେ ପୁଅ ଅହଦ ତାଙ୍କୁ କାମରେ ସହାୟତା କରୁଥିଲେ। ତାଙ୍କ ମାଆ ଆଫସନା ବେଗମ ପଡୋଶୀ ମହିଳାମାନଙ୍କ ପୋଷାକ ସିଲେଇ କରୁଥିଲେ। ଦାରିଦ୍ର୍ୟ ମଧ୍ୟରେ ଅହଦ ଆଇନ ଶିକ୍ଷା ଶେଷ କରି ପ୍ରଥମେ ଜଣେ ଆଇନଜୀବୀ ହୋଇଥିଲେ। ଏବେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ମାଆବାପାଙ୍କୁ ଗର୍ବିତ କରିଛନ୍ତି।

Share