ସିଭିଲ ସର୍ଭିସ୍‌: ୮ ଜଣଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର,୩ା୧୧(ଅନିଲ ଦାସ): କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷା (ସିଏସ୍‌ଇ)-୨୦୨୨ରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ଗୁରୁବାର କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ କ୍ୟାଡର ଆବଣ୍ଟନ କରିଛି। ମୋଟ ୧୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସେମାନେ ହେଲେ ଉତ୍ତର ପ୍ରଦେଶର ପ୍ରତୀକ୍ଷା ଅଗ୍ରଓ୍ବାଲ, ଓଡ଼ିଶାର ପ୍ରଣିତା ଦାସ, କସ୍ତୁରୀ ପଣ୍ଡା,ତେଜସ୍ବିନୀ ବେହେରା, ନାଗାଲାଣ୍ଡର ୟିମକୁମ ଆଇ ଓଜୁକାମ, ମହାରାଷ୍ଟ୍ରର ଦୁଧାଲ ଅଭିଷେକ, କେରଳର ଅଶ୍‌ନୀ ଏ.ଏଲ୍‌, ତାମିଲନାଡୁର ସି. ସରାଭାନନ । ଅନ୍ୟପକ୍ଷରେ ଓଡ଼ିଶାର ଦୁର୍ଗା ପ୍ରସାଦ ଅଧିକାରୀ ଏବଂ ଶୁଭଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ଯଥାକ୍ରମେ ଛତିଶଗଡ଼ ଓ ତାମିଲନାଡୁ କ୍ୟାଡର ମିଳିଛି।

Share