Categories: ଜାତୀୟ

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ, ଶ୍ରୁତି ଶର୍ମା ଟପ୍ପର…

ନୂଆଦିଲ୍ଲୀ, ୩୦।୫ : ୟୁପିଏସ୍‌ସି ପକ୍ଷରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଶ୍ରୁତିଙ୍କ ରୋଲ ନମ୍ବର ୦୮୦୩୨୩୭ ୟୁପିଏସ୍‌ସି ଓ୍ବେବସାଇଟ୍‌ରେ ପରୀକ୍ଷା ତାଲିକାରେ ଏକ ନମ୍ବରରେ ରହିଛି। ଚଳିତ ବର୍ଷ ର଼୍ୟାଙ୍କ ତାଲିକାରେ ପ୍ରଥମ ୩ ଟି ସ୍ଥାନରେ ମହିଳା ରହିଛନ୍ତି।

ଶ୍ରୁତି ସେଣ୍ଟ ଷ୍ଟିଫେନ୍ସ କଲେଜରେ ପାଠପଢ଼ା ଶେଷ କରି ଜବାହରଲାଲ ନେହେରୁ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ। ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ ସେ ଜାମିଆ ମିଲିଆ ଇସଲାମିଆ ଆବାସିକ କୋଚିଂ ଏକାଡ଼େମୀରେ ଅଧ୍ୟୟନ କରୁଥିଲେ।

ତାଲିକାରେ ଅଙ୍କିତା ଅଗ୍ରଓ୍ବାଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗାମିନୀ ସିଙ୍ଗଲା ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ଐଶ୍ଚର୍ଯ୍ୟା ବର୍ମା ରହିଛନ୍ତି।

Share