Categories: ଜାତୀୟ

ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ,୨ା୭(ପି.ଟି.): ସିଭିଲ୍‌ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ଘୋଷଣା କରାଯାଇଛି। ଏଥର ପରୀକ୍ଷା ଦେବା ପାଇଁ ବହୁସଂଖ୍ୟାରେ ପ୍ରାର୍ଥୀ ଆବେଦନ କରିଥିବାବେଳେ ଅନେକେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ଅନୁରୋଧ କରିଥିଲେ। ସେମାନଙ୍କୁ ନୂଆ ପରୀକ୍ଷା କେନ୍ଦ୍ର ଚୟନ କରି ଆବେଦନ କରିବା ଲାଗି ଏକ ସୁଯୋଗ ଦେବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷା, ୨୦୨୦ ଏବଂ ଭାରତୀୟ ବନ ସେବା (ମେନ୍‌) ପରୀକ୍ଷା, ୨୦୨୦ ପାଇଁ ମଧ୍ୟ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ସୁଯୋଗ ଦିଆଯାଇଛି। ଏଥିପାଇଁ ଜୁଲାଇ ୭ରୁ ୧୩ ଏବଂ ୨୦ରୁ ୨୪ ତାରିଖ ଦୁଇଟି ପର୍ଯ୍ୟାୟରେ କମିଶନଙ୍କ ଓ୍ବେବ୍‌ସାଇଟ http://upsconline.nic.inରେ ପ୍ରାର୍ଥୀ ସଂଶୋଧିତ ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିପାରିବେ।

Share