ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି

ଇସଲାମାବାଦ୍‌,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଆଡେ ନିନ୍ଦା କରାଯାଉଛି। ଏହି ପୁରା ଘଟଣା ପରଠାରୁ ପାକିସ୍ତାନରେ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଏପରିକି ପାକିସ୍ତାନରେ ଗୃହଯୁଦ୍ଧ ଆରମ୍ଭ ହେବାର ସମସ୍ତ ସମ୍ଭାବନା ରହିଛି।
ଇମ୍ରାନ ଖାନଙ୍କ ନେତୃତ୍ୱରେ ପିଟିଆଇ ଦଳ ଗତ ଅକ୍ଟୋବର ୨୮ରୁ ଶେହଓ୍ବାଜ ଶରିଫ ସରକାରଙ୍କ ବିରୋଧରେ ହକିକି ଆଜାଦି ମାର୍ଚ୍ଚ ଆରମ୍ଭ କରିଥିଲା। ଏହି ପଦଯାତ୍ରାର ଉଦ୍ଦେଶ୍ୟ ଥିଲା ସରକାରକୁ ହଟାଇବା ଏବଂ ପାକିସ୍ତାନରେ ସାଧାରଣ ନିର୍ବାଚନ କରିବା। ପଦଯାତ୍ରା ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଥିଲା। ଇମ୍ରାନ ତାଙ୍କ ଶତାଧିକ ସମର୍ଥକଙ୍କ ସହ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ଗୁଜରାନୱାଲାରେ ସରକାର ବିରୋଧୀ ପଦଯାତ୍ରା କରିଥିଲେ। ଇମ୍ରାନ ଖାନ ଏକ ଖୋଲା କାରରେ ଯାଉଥିଲେ। ଏହି ସମୟରେ ହଠାତ୍‌ ଗୁଳି ବିନିମୟ ଆରମ୍ଭ ହେଲା। ଇମ୍ରାନ ଖାନଙ୍କ ଗୁଳି ବାଜିଥିଲା। ଏହା ସହିତ ତାଙ୍କ ଦଳର କିଛି ନେତା ମଧ୍ୟ ଆହତ ହୋଇଛନ୍ତି। ଏହା ପରେ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଥିଲା।
ଇମ୍ରାନ ଖାନଙ୍କ ମାର୍ଚ୍ଚ ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ଏଥିରେ ଇମ୍ରାନ ଆହତ ହୋଇଥିଲେ। ସେବେଠାରୁ ପାକିସ୍ତାନରେ ଇମ୍ରାନ ଖାନଙ୍କ ଦଳର ସମସ୍ତ ନେତା ଓ କର୍ମୀମାନେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Share