ଶ୍ରୀଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି

କଲମ୍ବୋ,୧୦ ।୫: ଶ୍ରୀଲଙ୍କାରେ ଦେଖାଯାଇଥିବା ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣାର କିଛି ଘଣ୍ଟା ଭିତରେ ମହିନ୍ଦା ରାଜପାକ୍‌ସେଙ୍କ ସମର୍ଥକଙ୍କ ଦ୍ୱାରା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେଙ୍କ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ ହେବା ଫଳରେ ରାଜଧାନୀ କଲମ୍ବୋରେ ସେନା ମୁତୟନ କରାଯାଇଛି । ହିଂସାରେ ଅତିକମରେ ୧୭୩ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଦେଶରେ ସରକାର ସମର୍ଥକ ଓ ବିରୋଧିଙ୍କ ମଧ୍ୟରେ ହୋଇଥିବା ହିଂସାରେ ରାଜପାକ୍‌ସେ ବନ୍ଧୁଙ୍କ ଶାସକ ଦଳର ଜଣେ ସାଂସଦଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ଏବେ ଶ୍ରୀଲଙ୍କାରେ ଗୃହଯୁଦ୍ଧର ପରିସ୍ଥିତି ଉପୁଜିଥିବା କୁହାଯାଉଛି । ସାଂସଦ ଓ ସରକ୍ଷାକର୍ମୀଙ୍କୁ ହତ୍ୟା କରାଯିବା ପରେ ସୁରକ୍ଷାକୁ କଡାକଡି କରାଯାଇଛି । ଏହାସହ ପୋଲିସଙ୍କ ଛୁଟିକୁ ବାତିଲ କରିଦିଆଯାଇଛି ।

Share