Categories: ଜାତୀୟ

କୁଲଗାମରେ ଆଣ୍ଟି-ଟେରର ଅପରେଶନ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର କୁଲଗାମରେ ସେନା ପକ୍ଷରୁ ଆଣ୍ଟି ଟେରର ଅପରେଶନ ସମୟରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମନଜୁର ଅହମଦ ଲୋନେ ଓ ସେ ରେଡଓ୍ବାନି ବାଲା ଅଞ୍ଚଳରେ ରହୁଥିବା ପୋଲିସ କହିଛି। ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମନଜୁଙ୍କ ଦେହରେ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ମନଜୁରଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share