Categories: ଜାତୀୟ

ହାଇକୋର୍ଟ ବିଚାରପତିଙ୍କ ଉପରେ ବର୍ଷିଲେ ସିଜେଆଇ ଚନ୍ଦ୍ରଚୂଡ, କହିଲେ ଭାରତର କୌଣସି ବି ଅଞ୍ଚଳକୁ ‘ପାକିସ୍ତାନ’ କହିପାରିବେ ନାହିଁ…

ନୂଆଦିଲ୍ଲୀ,୨୫।୯: ନିକଟରେ ହୋଇଥିବା ଏକ ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ନାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଶ୍ରୀଶାନନ୍ଦଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆପଣ ଭାରତର କୌଣସି ବି ଅଞ୍ଚଳକୁ ଏପରି ଭାବେ ପାକିସ୍ତାନ କହି ସମ୍ବୋଧନ କରିପାରିବେ ନାହିଁ। ତେବେ ହାଇକୋର୍ଟ ବିଚାରପତି ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗି ସାରିଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ତେବେ ଏହାକୁ ନେଇ ତାଙ୍କ ଉପରେ ବର୍ଷିଥିଲେ ସିଜେଆଇ ଚନ୍ଦ୍ରଚୂଡ।

Share