Categories: ଜାତୀୟ

ଏଆଇ ଦ୍ୱାରା ଅପବ୍ୟବହାର କିମ୍ବା ଭୁଲ ତଥ୍ୟ ଦେବା ହୋଇପାରେ ବିପଦ: ସିଜେଆଇ ଚନ୍ଦ୍ରଚୂଡ

ଚେନ୍ନାଇ,୨୩।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଅପବ୍ୟବହାର, ଭୁଲ ତଥ୍ୟ ଏବଂ ଗାଳିଗୁଲଜ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି। ଆଇଆଇଟି ଚେନ୍ନାଇର ୬୦ତମ ସମାରୋହକୁ ସମ୍ବୋଧନ କରି ସିଜେଆଇ କହିଛନ୍ତି, ବୈଷୟିକ କ୍ଷେତ୍ରରେ ଆପଣ ସମସ୍ତଙ୍କ ପାଇଁ ଏହା ଏକ ପ୍ରମୁଖ ଆହ୍ବନ। ସୋସିଆଲ ମିଡିଆ ଲୋକଙ୍କୁ ଯୋଡୁଥିବା ବେଳେ ଟେକ୍ନୋଲୋଜିର ବ୍ୟବହାର ବୟସ ପାର୍ଥକ୍ୟ ହଟାଇ ଦେଇଛି।
ଅନଲାଇନର ଅପବ୍ୟବହାର ଏବଂ ଟ୍ରୋଲିଂ ଭଳି ନୂତନ ଆଚରଣ ମଧ୍ୟ ଦେଖିବାକୁ ମିଳୁଛି।

Share