Categories: ଜାତୀୟ

୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲା: ପୋଷ୍ଟପାର୍ଟମ ସାଇକୋସିସରେ ପୀଡିତ ମହିଳା

ନୂଆଦିଲ୍ଲୀ,୧୪।୧୦: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ୨୬ସପ୍ତାହରେ ଗର୍ଭପାତ ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ଏମ୍ସକୁ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଏବଂ ଗର୍ଭସ୍ଥ ଭ୍ରୂଣର ବର୍ତ୍ତମାନ ସ୍ଥିତି ଦେଖିବା ପାଇଁ କୋର୍ଟ ଏମ୍ସକୁ କହିଥିଲେ। ଶୁଣାଣି ସମୟରେ ସିଜେଆଇ କହିଛନ୍ତ, ଭାରତୀୟ ଆଇନ ଅନେକ ଦେଶର ଆଇନଠାରୁ ବହୁ ଆଗରେ ରହିଛି। ଆମେ ସବୁବେଳେ ବହୁତ ଆଗକୁ ଚିନ୍ତା କରୁ ।

ଅକ୍ଟୋବର୧୩ ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ସିଜେଆଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଶୁଣାଣି କରୁଥିଲେ। ତେବେ ଏହି ସମୟରେ ଆବେଦନକାରୀ ମହିଳା ‘ପୋଷ୍ଟପାର୍ଟମ ସାଇକୋସିସ’ରେ ପୀଡିତ ଥିବା ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରୁଥିବା କୋର୍ଟ ଜାଣିବାକୁ ପାଇଥିଲେ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି (MTP) ଅଧିନିୟମକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଭାରତୀୟ ଧାରା ଅନୁଯାୟୀ, ପ୍ରତ୍ୟେକ ଦିଗକୁ ପରୀକ୍ଷା କରିବା ପରେ ଗର୍ଭପାତ ପାଇଁ ୨୪ସପ୍ତାହ ସମୟ ସୀମା ନିର୍ଦ୍ଧାରଣ କରାଯାଇଛ। ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ ଏବଂ ଜଟିଳ ପରିସ୍ଥିତି କ୍ଷେତ୍ରରେ ୨୪ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଯାଇପାରିବ ବୋଲି ଆଇନରେ ଦର୍ଶାଯାଇଛି।

ଓକିଲଙ୍କ ଯୁକ୍ତି ଉପରେ ପ୍ରଧାନ ବିଚାରପତି କହିଛନ୍ତି, ମହିଳାଙ୍କ ଡାକ୍ତରୀ ପ୍ରେସକ୍ରିପସନ ପ୍ରକୃତ ରୋଗ କ’ଣ ତାହା ସ୍ପଷ୍ଟ କରେ ନାହିଁ। ହାତରେ ଲେଖିଥିବା ପ୍ରେସକ୍ରିପସନ କିଛି ସ୍ପଷ୍ଟ କରେ ନାହିଁ। ଏଥିରେ କୌଣସି ରୋଗ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି, ଏହି ପ୍ରେସକିପସନ ଉପରେ ଆମର ସନ୍ଦେହ ଅଛି। ତେବେ ଶୁକ୍ରବାର ଶୁଣାଣି ସମୟରେ ଏଏସଜି କହିଛନ୍ତି, ମହିଳାଙ୍କୁ ବୁଝାଇବା ପରେ ବି ସେ ଗର୍ଭପାତ କରିବାକୁ ଜିଦ୍‌ ଧରିଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ୧୬କୁ ଧାର୍ଯ୍ୟ କରାଯାଇଛି।

Share