Categories: ଜାତୀୟ

‘ସୁପ୍ରିମକୋର୍ଟ କେବଳ ତିଲକ ମାର୍ଗର ନୁହେଁ, ଦେଶର ସର୍ବୋଚ୍ଚ ଅଦାଲତ’, ସିଜେଆଇ

ନୂଆଦିଲ୍ଲୀ,୭।୫: ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଭାରତର ସୁପ୍ରିମକୋର୍ଟ କୌଣସି ତିଲକ ମାର୍ଗର ସୁପ୍ରିମକୋର୍ଟ ନୁହେଁ, ଏହା ସମ୍ପୂର୍ଣ୍ଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିଶ ଚନ୍ଦ୍ରଚୂଡ ଓଡ଼ିଶାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ଭାବରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ନେଇ ଏହା କହିଛନ୍ତି। ଏହାସହ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଚନ୍ତି କି ଟେକନିକ ହାଇକୋର୍ଟର ପୀଠରୂ ଆବଶ୍ୟକତାକୁ ଶେଷ କରି ଦେଇଛି। ଏବେ ସବୁ ଜିଲାରେ ଏକ ଭର୍ଚୁଆଲ କୋର୍ଟ ରହିଛି।
ସିଜେଆଇ ଆହୁରି ମଧ୍ୟ କହିଥିଲେ କି ଭାରତର ସୁପ୍ରିମକୋର୍ଟ ତିଲକ ମାର୍ଗର ସୁପ୍ରିମକୋର୍ଟ ନୁହେଁ, ବରଂ ଏହା ଦେଶର ସୁପ୍ରିମକୋର୍ଟ ଯାହା ଦେଶ ପାଇଁ ଓ ଦେଶ ଦ୍ୱାରା। ସେହିଭଳି ସମସ୍ତ ହାଇକୋର୍ଟ ବାସ୍ତବରେ ରାଜ୍ୟର ମହାନଗରୀୟ ରାଜଧାନୀର ହାଇକୋର୍ଟ ନୁହେଁ।

Share