Categories: ଜାତୀୟ

‘ବିଚାରପତିଙ୍କର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି’, ଲାଇଭ ଷ୍ଟ୍ରିମିଂକୁ ନେଇ କହିଲେ ସିଜେଆଇ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଆଜି ଜଜ ଭାବେ ଆମର ବି ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଆମେ ସୋସିଆଲ ମିଡିଆ ସମୟରେ କାମ କରୁଛୁ। କୋର୍ଟରେ ଆମେ ଯାହାବି କରୁଛୁ ଏହାର ଗୋଟିଏ ଗୋଟିଏ ଶବ୍ଦ ସାର୍ବଜନିକ ଯୁକ୍ତି ପାଇଁ ଉପଲବ୍ଧ ରହିଛି।

ସିଜେଆଇ କୋର୍ଟ କାର୍ଯ୍ୟର ଲାଇଭ ଷ୍ଟ୍ରିମିଂ ଓ ଏହାର ପ୍ରଭାବକୁ ନେଇ କହୁଥିବା ସମୟରେ ଏହା କହିଛନ୍ତି। ଜଷ୍ଟିଶ ଚନ୍ଦ୍ରଚୁଡ କହିଛନ୍ତି, ଆମେ ଯେଉଁ ଡିଜିଟାଲ ଇନଫ୍ରାଷ୍ଟକ୍ଚର ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛୁ, ଏଥିରୁ ପ୍ରଥମ ହେଉଛି ପେପରଲେସ କୋର୍ଟ ଆଉ ଦ୍ୱିତୀୟଟି ହେଉଛି ଭର୍ଚୁଆଲ କୋର୍ଟ। ସେ କହିଛନ୍ତି, ଆଜି ଅଧିକାଂଶ କୋର୍ଟ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମିଂ କରୁଛନ୍ତି, ହେଲେ ଏହାର ଭିନ୍ନ ଦିଗ ବି ରହିଛି। ସେ ପାଟନା ହାଇକୋର୍ଟଙ୍କ କାର୍ଯ୍ୟର ଉଦାହରଣ ଦେଇଛନ୍ତି, ଯେଉଁଥିରେ ହାଇକୋର୍ଟ ଆଇଏଏସଙ୍କୁ ପ୍ରଶ୍ନ କରିଥିଲେ କି ସେ ଠିକ ଢଙ୍ଗରେ କାହିଁକି ପୋଷାକ ପିନ୍ଧି ଆସୁନାହାନ୍ତି। ସେହିପରି ଗୁଜରାଟ ହାଇକୋର୍ଟର ଜଜ ମହିଳା ଓକିଲଙ୍କୁ ପ୍ରଶ୍ନ କରିଥିଲେ କି ସେ କେସ ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇ କାହିଁକି ଆସୁ ନାହାନ୍ତି।

Share